ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ୧୭ ତାରିଖରେ ହାଇଦ୍ରାବାଦ ଗସ୍ତରେ ଯିବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ହାଇଦ୍ରାବାଦରେ ଆୟୋଜିତ ତେଲଙ୍ଗାନା ମୁକ୍ତି ଦିବସ ଉତ୍ସବରେ ସାମିଲ ହେବେ। ଏନେଇ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ସୂଚନା ଦେଇଛନ୍ତି। ହାଇଦ୍ରାବାଦ ପରେଡ ଗ୍ରାଉଣ୍ଡରେ କେନ୍ଦ୍ର ଏହି କାର୍ଯ୍ୟକ୍ରମ ଆୟୋଜନ କରିବ। ହାଇଦ୍ରାବାଦକୁ ୧୭ ସେପ୍ଟେମ୍ବର ୧୯୪୮ରେ ୟୁନିଅନ ଅଫ ଇଣ୍ଡିଆରେ ମିଶ୍ରିତ କରାଯାଇଥିଲା ଏବଂ କେନ୍ଦ୍ର ଗତ ବର୍ଷ ମୁକ୍ତି ଦିବସ ପାଳନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ଶାହା ସାମିଲ ହୋଇଥିଲେ। ଭାଜପାର ତେଲଙ୍ଗାନା ୟୁନିଟ୍ ମୁଖ୍ୟ ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି ଯେ, ପୂର୍ବ ବର୍ଷ ପରି ଅମିତ ଶାହା ଚଳିତ ବର୍ଷ ମଧ୍ୟ ହାଇଦ୍ରାବାଦ ଆସୁଛନ୍ତି। ଏହି ଗ୍ରାଉଣ୍ଡରେ ଆମେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛୁ। ସେ କହିଛନ୍ତି ଯେ, ଏଠାରେ ରାଷ୍ଟ୍ରପତି ନୀଲାୟମରେ ଆଉ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ ।