ଓଡ଼ିଶା 365 (ବ୍ୟୁରୋ): ପ୍ରତି ମହିଳାଙ୍କ କ୍ଷେତ୍ରରେ ମାସିକ ଧର୍ମ ଅର୍ଥାତ ପିରିୟଡ୍ସ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଯେଉଁଥିପାଇଁ ନାରୀମାନଙ୍କୁ ଅନେକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ । କେତେକ ମହିଳା ଏହି ସମୟରେ ଏତେ ଚିନ୍ତିତ ହୋଇପଡନ୍ତି ଯେ ସେମାନେ ଡିପ୍ରେସନକୁ ଚାଲିଯାଆନ୍ତି। ଏହି ଦିନରେ ଆପଣଙ୍କୁ ବହୁତ ଭାବିଚିନ୍ତି ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ। ମାସିକ ଧର୍ମ ସମୟରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ପୋଷ୍ଟିକ ଆହାର ଖାଇବା ଉଚିତ୍ । ତେବେ ଆସନ୍ତୁ ଜାଣିବା ପିରିୟଡ୍ ସମୟରେ କେଉଁ ସବୁ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ।
ଚିନି ଯୁକ୍ତ ଖାଦ୍ୟ ପଦାର୍ଥ ଠାରୁ ଦୂରତା ବଜାୟ ରଖନ୍ତୁ । ଏହି ସମୟରେ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ଉଚିତ ନୁହେଁ। ଏହା ଆପଣଙ୍କୁ ଅଧିକ ଯନ୍ତ୍ରଣା ଦେଇଥାଏ। କିନ୍ତୁ ଯଦି ଏହି ସମୟରେ ମିଠା ଖାଇବାକୁ ମନ କରନ୍ତି ତେବେ ଆପଣ ମିଠା ବଦଳରେ ଆମ୍ବ, ତରଭୂଜ କିମ୍ବା ସେଓ ଖାଇପାରିବେ।ସେହିପରି ପିରିୟଡ୍ସ ସମୟରେ ଆପଣ ଫ୍ୟାଟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ମାଂସରେ ବହୁତ ମାତ୍ରାରେ ଫ୍ୟାଟ ମିଳିଥାଏ। ଏହାକୁ ଖାଇବା ଦ୍ବାରା ଆପଣଙ୍କ ପେଟ ଫୁଲିବା ଏବଂ ଯନ୍ତ୍ରଣା ଭଳି ସମସ୍ୟା ଉପୁଯାଇପାରେ। ପିରିୟଡ୍ସରେ ଏହି ସମସ୍ୟା ବହୁତ ଅଧିକ ବଢ଼ିଯାଇଥାଏ। ଏହି ସମୟରେ ଯଦି ଆପଣଙ୍କୁ ଆମିଶରେ କିଛି ଖାଇବାକୁ ଇଚ୍ଛା ହେଉଛି ତେବେ ମାଛ ଖାଇପାରିବେ।
ଅନେକ ମହିଳା ମଦ ପିଇଥାନ୍ତି । ହେଲେ ପିରିୟଡ୍ ସମୟରେ ମଦ ବହୁତ ହାନିକାରକ ହୋଇଥାଏ। ଏହାଦ୍ବାରା ଡିପ୍ରେସନ ବଢ଼ିଥାଏ। ଏହା ରକ୍ତକୁ ଆହୁରି ଅଧିକ ପତଳା କରିଦେଇଥାଏ ଯେଉଁ କାରଣରୁ ପିରିୟଡ୍ସ କିଛି ସମୟ ଦିନ ଗଡିଯାଇଥାଏ। ମଦ ବଦଳରେ ଆପଣ ଚା ପିଅନ୍ତୁ।