ଓଡ଼ିଶା 365 (ବ୍ୟୁରୋ): ଦିନ ଦ୍ୱିପ୍ରହରେ ଶିକ୍ଷକଙ୍କ ଘରେ କଳାକନା ବୁଲେଇଦେଲେ ଲୁଟେରା। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ହନୁମାନ ମନ୍ଦିର ନିକଟରେ ଥିବା ଶିକ୍ଷକ ଜଗତ କୁଅଁରଙ୍କ ଘରୁ ଦିନ ଦ୍ୱିପ୍ରହରେ ଲୁଟ୍ କରି ଚମ୍ପଟ୍ ମାରିଛନ୍ତି ଲୁଟେରା । ଜଗତଙ୍କ ସ୍ତ୍ରୀ ଡାକ୍ତରଖାନା ଯାଇଥିବା ବେଳେ ତାଲା ଭାଙ୍ଗି ଘରେ ପଶି ଗଡ୍ରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଇଛନ୍ତି ଚୋର । ଜଗତଙ୍କ ସ୍ତ୍ରୀ ଡାକ୍ତରଖାନାରୁ ଘରକୁ ଫେରି ଦେଖିଲେ ଘର କବାଟର ତାଲା ଭାଙ୍ଗିଛି । ଏହାପରେ ଜଗତଙ୍କୁ ଜଣାଇଥିଲେ। ଘର ଆଲମିରା ଦେଖନ୍ତି ତ ୧୦ ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ନାହିଁ। ତେବେ ବଙ୍ଗୋମୁଣ୍ଡା ପୋଲିସ ଅଧିକ ଘଟଣା ସ୍ଥଲରେ ପହଁଚି ତଦନ୍ତ କରୁଥିବା ବେଳେ ସନ୍ଧ୍ୟାରେ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ଆସିଲା ଅଧିକ ତଦନ୍ତ କରିବ l
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ହନୁମାନ ମନ୍ଦିର ନିକଟରେ ରହୁଛନ୍ତି ଶିକ୍ଷକ ଜଗତ କୁଅଁର । ମଙ୍ଗଳବାର ସକାଳ ୧୦ଟା ସମୟରେ ସ୍କୁଲ ଯାଇଥିବା ବେଳେ ସ୍ତ୍ରୀ ବେଲପଡା ଡାକ୍ତରଖାନାରେ ଏଏନଏମ ଥିବାରୁ ସେ ଡାକ୍ତରଖାନା ଯାଇଥିଲେ ଏହାର ଫାଇଦା ଉଠାଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବାରୁ ବାଡ଼ ଡେଇଁ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିକି ଫେରାର ମାରିଛନ୍ତି ଦୁର୍ବୃତ୍ତ ।