ଓଡ଼ିଶା 365 (ବ୍ୟୁରୋ) : ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପାଳନ ହୋଇଥାଏ ମହାଶିବରାତ୍ରୀ । ଦେବଙ୍କ ଦେବ ମହାଦେବଙ୍କର ପବିତ୍ର ଦିନକୁ ହିନ୍ଦୁମାନଙ୍କର ବଡ଼ ଉତ୍ସାହର ସହ ମନାଇଥାନ୍ତି ସମଗ୍ର ଭାରତବାସୀ । ଶିବରାତ୍ରୀ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ ଅଟେ। ସମସ୍ତ ହିନ୍ଦୁ ଏହି ଦିନରେ ଉପବାସ କରି ବ୍ରତ ପାଳନ କରନ୍ତି। ଏହିଦିନ ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି ମହାଦେବ। ଭାରତ ସମେତ ନେପାଳରେ ମଧ୍ୟ ପାଳନ ହୁଏ ଶିବରାତ୍ରୀ । ଶାସ୍ତ୍ର ଅନୁଯାୟୀ ମହାଶିବରାତ୍ରୀକୁ ନେଇ ଅନେକ କାହାଣୀ ରହିଛି । ଏହିଦିନ ଶିବ ସତୀଙ୍କୁ ପାଇ ତାଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥିଲା । ଶିବ ଭକ୍ତମାନଙ୍କୁ ମନଖୋଲି ବର ଦିଅନ୍ତି ବୋଲି ହିନ୍ଦୁଧର୍ମରେ ବିଶ୍ୱାସ ରହିଛି । ବିଶ୍ୱାସ ରହିଛି ଯେ ମହାଦେବଙ୍କ ପୂଜା କରିଲେ ଝିଅ ମାନେ କାଳେ ମନ ଲାଖି ବର ପାଇଁ ଥାନ୍ତି । ଖାଲି ଝିଅ ନୁହଁନ୍ତୁ ବରଂ ପୁଅ ମାନେ ଭଳ ଜୀବନସାଥୀ ପାଇଥାନ୍ତି । ଖାସ କରି ଜାଗର ଦିନ ଅଧିକ କୁମାରୀ ଝିଅ ଓ ପୁଅ ମାନେ ଶିବ ମନ୍ଦିରରେ ଦୀପ ଜାଳିଥାନ୍ତି ।
ମହାଦେବଙ୍କ ଉଦ୍ଦେଶ୍ୟରେ ଭକ୍ତଗଣ ଜଳ ଠାରୁ କ୍ଷୀର ପର୍ଯ୍ୟନ୍ତ ଲାଗି କରିଥାନ୍ତି । ପୈାରାଣିକ କଥା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଯେଉଁ ବିଷ ନିର୍ଗତ ହୋଇଥିଲା,ତାକୁ ପିଇ ସମଗ୍ର ପୃଥିବୀକୁ ବଞ୍ଚାଇଥିଲେ ଶିବ। ଯାହା ସ୍କନ୍ଦ ପୁରାଣ, ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି । ଶୈବ ପୁରାଣ ଅନୁଯାୟୀ ପୃଥିବୀ ଧ୍ୱଂସ ଆଡ଼କୁ ଯାଉଥିବା ସମୟରେ ମାଆ ପାର୍ବତୀଙ୍କ ଅନୁରୋଧ କ୍ରମେ ଶିବ ପୃଥିବୀକୁ ବଞ୍ଚାଇଥିଲେ। ନିଜର ତାଣ୍ଡବ ନୃତ୍ୟ ଦ୍ୱାରା ପୃଥିବାକୁ ବଞ୍ଚାଇଥିଲେ। ସେହି ରାତି ଠାରୁ ପ୍ରତିବର୍ଷ ମହାଶିବରାତ୍ରୀ ଦିନ ଶିବଙ୍କୁ ଭକ୍ତମାନେ ଅତି ନିଷ୍ଠାର ସହ ପ୍ରାର୍ଥନା କରିଥାନ୍ତି।