ଓଡ଼ିଶା 365 (ବ୍ୟୁରୋ): ବର୍ଷ ବର୍ଷ ଧରି ନଡ଼ିଆ ତେଲର ଚାହିଦା ରହିଆସିଛି । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ତେଲକୁ ବ୍ୟବହାର କରିଥାନ୍ତି । ଯେତେବେଳେ ଶିଶୁଟିଏ ଜନ୍ମ ହୁଏ ,ସେତେବେଳେ ଡାକ୍ତର ମାନେ ନଡ଼ିଆ ତେଲ ଲଗାଇବା ପାଇଁ ପରାମର୍ଶ ଦେଇଥାନ୍ତି । କାରଣ ନଡିଆ ତେଲରେ ଭିଟାମିନ୍-ଇ ରହିଥାଏ , ଯାହା ଆମ ତ୍ୱଚା ଏବଂ କେଶ ପାଇଁ ବେଶ୍ ଉପକାରୀ ହୋଇଥାଏ ।ଲୋକମାନେ ନିଜ କେଶକୁ ସୁନ୍ଦର ଓ ମଜଭୁତ୍ କରିବା ପାଇଁ ନଡ଼ିଆ ତେଲକୁ ବ୍ୟବହାର କରିଥାନ୍ତି । ଶରୀରରେ କ୍ଷତ ସ୍ଥାନ ହେଲେ ସେହି ସ୍ଥାନରେ ନଡ଼ିଆ ତେଲ ବ୍ୟବହାର ହୋଇଥାଏ , ଯାହା କ୍ଷତ ସ୍ଥାନକୁ ଶୀଘ୍ର ଭଲ ହେବା ପାଇଁ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଫ୍ୟାଟି ଏସିଡ୍, ଭିଟାମିନ୍-ଇ, ଲିନୋଲିକ୍ ଏସିଡ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଚର୍ମ ପାଇଁ ସେରମ୍ ପରି କାମ କରେ। ଏହା ତ୍ୱାଚାକୁ ନରମ ରଖେ। ହେଲେ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ।
ନଡ଼ିଆ ତେଲର ମଧ୍ୟ ଅନେକ ଗୁଡ଼ିଏ ଖରାପ ଗୁଣ ରହିଛି। ଏହି ତେଲକୁ ତ୍ୱଚାରେ ଲଗାଇବା କ୍ଷତିକାରକ ହୋଇପାରେ। ତ୍ୱଚାରେ ପ୍ରତିଦିନ ନଡ଼ିଆ ତେଲ ଲଗାଇବା ଦ୍ୱାରା ଆଲର୍ଜି ହୋଇପାରେ। ଯଦି ଆପଣ ମୁହଁରେ କଞ୍ଚା ନଡିଆ ତେଲ ଲଗାନ୍ତି, ତେବେ ଆପଣଙ୍କ ମୁହଁ ଆଲର୍ଜି ହେବାର ସମ୍ଭାବନା ଅଧିକ ରହିଛି। ଏହାଦ୍ୱାରା ଆପଣଙ୍କ ତ୍ୱଚାରେ ଘା’ ହୋଇପାରେ।କୋଲାଜେନ୍ ଉତ୍ପାଦନ ବୃଦ୍ଧି କରି ତ୍ୱଚା କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ପରି ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକିବା ପାଇଁ ନଡ଼ିଆ ତେଲ ଅତ୍ୟନ୍ତ ଲୋକପ୍ରିୟ ହୋଇଥାଏ । କିନ୍ତୁ ବାସ୍ତବରେ ଏହା କେବଳ ତ୍ୱଚାକୁ ଚିକ୍କଣ କରିଥାଏ। ନଡ଼ିଆ ତେଲ ଚର୍ମର ଗଭୀର ସ୍ତରରେ ପ୍ରବେଶ କରିପାରିବ ନାହିଁ ଏବଂ ଏହିପରି କୋଲାଜେନ୍ ଉତ୍ପାଦନ ବୃଦ୍ଧିରେ ଏହାର କୌଣସି ଭୂମିକା ନଥାଏ ।
ଯଦି ଆପଣ ମୁହଁରେ ନଡ଼ିଆ ତେଲ ଲଗାଉଛନ୍ତି ତେବେ ଆପଣଙ୍କର ବ୍ରଣ ସମସ୍ୟା ବଢ଼ିଥାଏ । ନଡ଼ିଆ ତେଲ କମେଡୋଜେନିକ୍ ଅଟେ ଏବଂ ଏହା ଆପଣଙ୍କ ଓପନ୍ ପୋଟସ୍କୁ ବନ୍ଦ କରିଦିଏ। ଏହି କାରଣରୁ ବ୍ରଣ ସମସ୍ୟା ବଢ଼ିଯାଏ। ଅଧିକାଂଶ ଭାବନ୍ତି ଯେ, ନଡ଼ିଆ ତେଲରେ ମଇଶ୍ଚରାଇଜିଂ ଗୁଣ ରହିଛି ହେଲେ ନଢ଼ିଆ ତେଲ ତ୍ୱଚାକୁ ମଶ୍ଚରାଇଜ କରିବା ବଦଳରେ ଡ୍ରାଏ କରିଥାଏ। ଏହା ଚର୍ମ ଉପରେ ଏକ ମୋଟା ଆସ୍ତରଣ ଜମା କରିଥାଏ। ଫଳରେ ତ୍ୱଚା ମଶ୍ଚରାଜ ହେବା ବଦଳରେ ଅତ୍ୟଧିକ ଡ୍ରାଏ ହୋଇଯାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ ନଡ଼ିଆ ତେଲ ଅଧିକ ମାତ୍ରା;ରେ ବ୍ୟବହାର କରନ୍ତୁ ନାହିଁ ।