ଓଡ଼ିଶା 365 (ବ୍ୟୁରୋ): ସାଧାରଣତଃ ରୋଷେଇ ଘରେ ଆଳୁ-ପିଆଜ ବେଶି ଦିନ ରହିନଥାଏ ।ଯାହାକୁ ନେଇ ଗୃହୁଣୀ ମାନେ ଚିନ୍ତାରେ ପଡିଥାନ୍ତି । କଥାରେ ଅଛି ପରିବା ଭିତରେ ସାର ହୋଇଥାଏ ଆଳୁ । ପରିବା ଝୁଡିରେ ଯେତେ ପ୍ରକାରର ପରିବା ଥିଲେ ମଧ୍ୟ ଆଳୁ ନଥିଲେ ପରିବା ନାହିଁ ବୋଲି ଗୃହୁଣୀମାନେ ଘର ମୁରବିଙ୍କୁ ଅଭିଯୋଗ କରନ୍ତି । ସବୁ ପରିବା ମଧ୍ୟରେ ସାର ହେଉଛି ଆଳୁ । ପ୍ରତ୍ୟେକଙ୍କ ଘରେ କିଛି ଥାଉ କିମ୍ବା ନଥାଉ ପିଆଜ ଏବଂ ଆଳୁ ନିଶ୍ଚିତ ଥିବ । ଘର ହେଉ ଅବା ହୋଟେଲ୍ ଆଳୁ ଏବଂ ପିଆଜ କିଛି ଦିନ ରହିଗଲା ପରେ ସେଥିରେ ଆପେ ଆପେ ଗଜା ବାହାରିବା ଆରମ୍ଭ ହୋଇଥାଏ । କଣ ଆପଣଙ୍କର ବି ଏଭଳି ସମସ୍ୟା ଦେଖାଦେଉଛି । ତେବେ ଆଳୁ -ପିଆଜକୁ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ ।
ଆଳୁକୁ ସାଧାରଣତଃ କୌଣସି ଝୁଡିରେ ଖୋଲା ନ ରଖି କାଗଜ ଲଫାପାରେ ରଖନ୍ତୁ। ଏହାସହ ଆଳୁକୁ ଅନ୍ଧାରୁଆ ସ୍ଥାନ ଏବଂ ଥଣ୍ଡା ଜାଗାରେ ରଖନ୍ତୁ। ଯଦି ଆଳୁ ଭିଜି ଯାଇଥାଏ ତେବେ ତାକୁ ଭଲ ଭାବେ ପୋଛି ଶୁଖାଇ ଝୁଡିରେ ରଖନ୍ତୁ। ସେହିପରି ପିଆଜକୁ ମଧ୍ୟ ଖୋଲା ସ୍ଥାନରେ ରଖନ୍ତୁ, ଯାହା ଦ୍ୱାରା ସେଥିରୁ ଗଜା ବାହାରିବ ନାହିଁ । ଆଳୁ ଏବଂ ପିଆଜକୁ ଅନ୍ୟ ପରିବା ଠାରୁ ଦୂରେଇ ରଖନ୍ତୁ। ଏହାସହ ଆଳୁ-ପିଆଜକୁ କେବେ ବି ଏକାଠି ମି।।ଇ ରଖନ୍ତୁ ନାହିଁ । ଯଦି ଆପଣ ଆଳୁ-ପିଆଜକୁ ଗରମ ସ୍ଥାନରେ ଷ୍ଟୋର କରି ରଖିବେ ତେବେ ସେଥିରୁ ଖୁବଶୀଘ୍ର ଗଜା ବାହାରିଥାଏ । ତେଣୁ ସଦାସର୍ବଦା ଆଳୁ-ପିଆଜକୁ ଖୋଲା ଏବଂ ଥଣ୍ଡା ସ୍ଥାନରେ ରଖନ୍ତୁ ।