ଓଡ଼ିଶା 365 (ବ୍ୟୁରୋ) : ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦିୟ ବୟାନ ଦେବା ଘଟଣା ବିରୋଧୀ ମେଣ୍ଟର ସୁନିଶ୍ଚିତ ରଣନିତୀ । ମୁମ୍ବାଇରେ ବିରୋଧୀ ଦଳ ‘ଇଣ୍ଡିଆ’ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ଠିକ ଦୁଇ ଦିନ ପରେ ସନାତନ ଧର୍ମକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବିବୃତ୍ତି ଆସିଥିଲା। ଉଦୟନିଧିଙ୍କ ପରେ ପ୍ରିୟଙ୍କ ଖାର୍ଗେ ମଧ୍ୟ ସନାତନ ଧର୍ମ ଉପରେ ଆକ୍ରମଣ କରିଥିଲେ। ସନାତନ ଧର୍ମ ଉପରେ ବିବାଦିୟ ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରିୟ ବିଜେପି ସଭାପତି ଜେପି ନଡ୍ଡା । ଜେପି ନଡ୍ଡା ଟୁଇଟ କରି କହିଛନ୍ତି, ବିରୋଧୀ ଦଳର ମେଣ୍ଟ ସନାତନ ଧର୍ମକୁ ବିରୋଧ କରିବା ପାଇଁ ହିଁ କରାଯାଇଛି । ଏହା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସର ସୁନିଶ୍ଚିତ ରଣନୀତି ବୋଲି କହି କଂଗ୍ରେସ ଉପରେ ବର୍ଷିଛନ୍ତି ରାଷ୍ଟ୍ରିୟ ବିଜେପି ସଭାପତି ଜେପି ନଡ୍ଡା । ସନାତନ ଧର୍ମକୁ ନେଇ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବାର ନାଁ ଧରୁନାହିଁ।