ଓଡ଼ିଶା 365 (ବ୍ୟୁରୋ): ବଲିଉଡର ବେବୋ କହିଲେ ସମସ୍ତେ କରୀନାଙ୍କୁ ହିଁ ଜାଣନ୍ତି । ନିଜ ସୌନ୍ଦର୍ଯ୍ୟ ଜାଦୁରେ ଫ୍ୟାନ୍ସ ମାନଙ୍କ ହୃଦୟରେ ରାଜ କରୁଛନ୍ତି ବଲିଉଡର ବେବୋ କରୀନା କାପୁର ଖାନ୍ । ଦୁଇଟି ଛୁଆର ମାଆ ହେବା ପରେ ବି କରୀନାଙ୍କ କ୍ରେଜ୍ କମିନି ।ଏବେବି ବଲିଉଡରେ ନିଜର ଜଲୱା ଦେଖାଉଛନ୍ତି କରୀନା । ବିବାହ ପୂର୍ବରୁ ଏବଂ ବିବାହ ପରେ ବି ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି କରୀନା କାପୁର । ରିଲ୍ ଳାଇଫ ଏବଂ ରିୟଲ ଲାଇଫ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବେବୋ । ତାଙ୍କ ଅଭିନୀତ ଫିଲ୍ମକୁ ବି ଲୋକେ ଆଗ୍ରହର ସହ ଅପେକ୍ଷା କରି ରହିଥାନ୍ତି । ହେଲେ ଏବେ କରୀନାଙ୍କ ଫ୍ୟାନ୍ସଙ୍କୁ ଲାଗିବାକୁ ଯାଉଛି ଏକ ବଡ଼ ଝଟ୍କା । କରୀନା ଏକ ସାକ୍ଷକ୍ରାରରେ କହିଛନ୍ତି ଯେ, ସେ ଖୁବଶୀଘ୍ର ଅଭିନୟକୁ ବାୟ ବାୟ କହିବାକୁ ଯାଉଛନ୍ତି । ଏହାର କାରଣ ବି ସେ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି ।
କରୀନା କହିଛନ୍ତି ଯେ, ୧୯ ବର୍ଷରେ ମୁଁ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପାଦ ଥାପିଥିଲି । ସମୟ ସହିତ ମୁଁ ମୋ ଅଭନୟରେ ପରକାଷ୍ଠା ବି ଦେଖାଇସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ମୁଁ ଆକ୍ଟିଂ ପ୍ରତି ମୋର ଏକ୍ସାଇଟମେଣ୍ଟ କମାଇବି ତାହେଲେ ମୁଁ ଅଭିନୟରୁ ଅବସର ନେଇଯିବା ଭଲ । କାରଣ ସୁଟିଂ ସେଟ୍ରେ ଥିବା ଆଗ୍ରହ, କ୍ୟାମେରା ସାମ୍ନା କରିବା ଭଳି ଆଗ୍ରହ ମୋର ୪୨ ବର୍ଷରେ ବି କାଏମ୍ ରହିଛି । ମୁଁ ଏଇଟା ବି ଜାଣିଛି , ଯେଉଁଦିନ ମୋର ଆଗ୍ରହ କମିବ ସେବେ ମୁଁ କାମ କରିବି ନାହିଁ । କାରଣ ମୁଁ ସେମିତି ବ୍ୟକ୍ତିତ୍ୱ ଥିବା ମଣିଷଟିଏ । ମୁଁ ଯାହା କରେ ସେ ନିଷ୍ପତ୍ତି ଉପରେ ଅନେକ ବିଚାର କରିବା ପରେ କରିଥାଏ ।ସେ ଖାଇବା ହେଉ ଅବା ପିନ୍ଧିବା । ସବୁଥିଲେ ମୁଁ ପ୍ୟାସୋନେଟ୍ । ଯେବେବି ମୁଁ ଟ୍ରାଭେଲ୍ କରେ ସେ ବି ମୁଁ ବହୁତ ପ୍ୟାସନେଟ୍ ଥାଏ । ଯଦି କେବେ ସମୟ ଆସେ କି ମୋତେ ଲାଗେ ମୁଁ ନିଜର ପ୍ୟାସନ ହରାଉଛି, ସେବେ ମୁଁ ଅବସର ନେଇଯିବି ।
ସେପଟେ କରୀନାଙ୍କ ମୁହଁରୁ ଏପରି ଶୁଣିବା ପରେ ତାଙ୍କୁ ପଚାରା ଯାଇଥିଲା ଯେ, କେବେ ଆପଣଙ୍କ ରିଟାୟରମେଣ୍ଟ ? ସେ କହିଛନ୍ତି, ଏବେ ନୁହେଁ ୮୩ ବା ୯୩ ଲାଗିପାରେ । କାରଣ ମୁଁ ଏବେ କାମ କରିବାକୁ ଚାହୁଁଛି । ନିଜ କାମ ସହ ମୁଁ ଆଗକୁ ବଢିବାକୁ ଚାହୁଁଛି । ଏବେ ମୋର ଆଗ୍ରହ ଅଛି ତେଣୁ ମୁଁ ଏବେ ରିଟାୟରମେଣ୍ଟ ନେବି ନାହିଁ ।