ଓଡ଼ିଶା 365 (ବ୍ୟୁରୋ) : କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାର ସମାଧାନ ହୋଇଛି । ତେବେ ଆଜି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗସ୍ତ ସାରି କାନାଡା ଫେରିଛନ୍ତି । ବିମାନରେ ତ୍ରୁଟି ଯୋଗୁ ଜି- ୨୦ ଶିଖର ସମ୍ମିଳନୀ ଶେଷ ହେବାପରେ ବି ନୂଆଦିଲ୍ଲୀରେ ଅଟକି ରହିଛନ୍ତି। ଜି -୨୦ ସମ୍ମିଳନୀ ର ୧୮ତମ ବୈଠକରେ ଭାଗ ନେବାକୁ ସେ ଭାରତ ଆସିଥିଲେ । ସୋମବାର ଭାରତରେ ଫସି ରହିଥିବା କାନାଡାର ପ୍ରଧାନମନ୍ତ୍ରୀ ରାଜଧାନୀର ଲଲିତ ହୋଟେଲରେ ତାଙ୍କ କୋଠରୀରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତ୍ରୁଟିପୂର୍ଣ୍ଣ ଥିବା କାନାଡିଆନ ପ୍ରଧାନମନ୍ତ୍ରୀଙ୍କ ବିମାନ ହେଉଛି ଏକ ସିସି-୧୫୦ ପୋଲାରିସ, ଅନେକ ପରିବର୍ତ୍ତିତ ଏୟାରବସ ଏ୩୧୦-୩୦୦ ମଧ୍ୟରୁ ଗୋଟିଏ ଯାହା କାନାଡା ସଶସ୍ତ୍ର ବାହିନୀ ଏହାର ଭିଆଇପିଙ୍କ ପାଇଁ ବ୍ୟବହାର କରେ। କାନାଡାର ପ୍ରଧାନମନ୍ତ୍ରୀ ଭାରତରେ ଅଟକି ରହିଛନ୍ତି ବୋଲି ସୂଚନା ପାଇବା ପରେ କାନାଡାରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ ଫର ଜଷ୍ଟିସ (ଏସଏଫଜେ) ରବିବାର ଦିନ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାରରେ ଖଲିସ୍ତାନ ଜନମତ ସଂଗ୍ରହ ଆୟୋଜନ କରିଥିଲେ ।