ଓଡ଼ିଶା 365 (ବ୍ୟୁରୋ): ଚାଇନାକୁ ଝଟକା ଦେଇଛି ଭାରତ । ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି, ମହାମହିମ ଜୋ ବାଇଡେନ୍ ବିଶ୍ୱ ଭିତ୍ତିଭୂମି, ନିବେଶ (ପିଜିଆଇଆଇ)ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର(ଆଇଏମଇସି)ପାଇଁ ଭାଗିଦାରୀ ଉପରେ ଭାରତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ‘ଇଣ୍ଡିଆ ମିଡିଲ ଇଷ୍ଟ ୟୁରୋପ ଇକୋନୋମିକ୍ କରିଡର’ ଲଞ୍ଚ କରିଛନ୍ତି ମୋଦି । ଭାରତ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ମରିସସ୍, ୟୁଏଇ ଓ ସାଉଦି ଆରବ ସମେତ ବିଶ୍ୱବ୍ୟାଙ୍କର ନେତାମାନେ ମଧ୍ୟ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆଇଏମ୍ଇସିରେ ଭାରତକୁ ଉପସାଗରୀୟ ଅଞ୍ଚଳ ସହ ସଂଯୋଗ କରୁଥିବା ଏକ ପୂର୍ବ କରିଡର ନିର୍ମାଣ କରିବାକୁ ପଡିବ । ଏଥିପାଇଁ ସାଉଦି ଆରବ ସହ ସମସ୍ତ ବୁଝାମଣା ଉପରେ ନିଷ୍ପତ୍ତି ହୋଇଛି । ଏହା ସହ ଉପସାଗରୀୟ ଅଞ୍ଚଳକୁ ୟୁରୋପ ସହ ସଂଯୋଗ କରୁଥିବା ଏକ ଉତ୍ତର କରିଡର ମଧ୍ୟ ନିର୍ମାଣ କରାଯିବ । ଏଥିରେ ରେଳ ଏବଂ ଜାହାଜ-ରେଳ ପରିବହନ ମାର୍ଗ ଏବଂ ସଡ଼କ ପରିବହନ ମାର୍ଗ ସାମିଲ ହୋଇଛି । ଯେଉଁଥିପାଇଁ ଚୀନ ଏହାକୁ ନେଇ ଚିନ୍ତିତ ଅଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଇଏମଇସି ଭାରତ ଏବଂ ୟୁରୋପ ମଧ୍ୟରେ ଆର୍ଥିକ ଏକୀକରଣକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ । ବିଶ୍ବରେ ବାଣିଜ୍ୟକୁ ଏହା ଅଧିକ ପ୍ରୋତ୍ସାହନ କରିବ । ଭାରତ, ଆମେରିକା, ସାଉଦୀ ଆରବ, ୟୁଏଇ, ୟୁରୋପୀୟ ସଂଘ, ଇଟାଲୀ, ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟରେ ଆଇଏମଇସି ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବାରୁ ଏହା ସବୁଠୁ ବଡ଼ କାର୍ୟ୍ୟ ହେବ ।
ଏହି କରିଡର ନିର୍ମାଣ କରିବାକୁ ସାଉଦି ଆରବକୁ ରାଜି କରାଇଥିଲେ ମୋଦି । ଯାହା ପାକିସ୍ତାନ ଓ ଚୀନକୁ ଟେନସନ ଦେଉଛି। ଜି-୨୦ ଶିଖର ସମ୍ମିଳନୀ ପରେ ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଅଲ୍ ସୌଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିପାକ୍ଷିକ ବୈଠକରେ ଏହାକୁ ନେଇ ସବିଶେଷ ଆଲୋଚନା ହୋଇଛି । ଏଥିରେ ଭାରତ-ସାଉଦି ମଧ୍ୟରେ ୫୦ ରାଜିନାମା ସ୍ବାକ୍ଷର ହେବା ସହ ୨ଦେଶ ମଧ୍ୟରେ ସମ୍ପର୍କ ମଜବୁତ ପାଇଁ ଆରମ୍ଭ ହେବ । ଐତିହାସିକ ଅର୍ଥନୈତିକ କରିଡର ଫଳରେ ଏହା ରାଜନୈତିକ ସମ୍ପର୍କ ଆହୁରି ମଜଭୁତ କରିବ। ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କନେକ୍ଟିଭିଟି କେବଳ କିଛି ଦେଶକୁ ଯୋଡ଼ିବ ନାହିଁ, ବରଂ ଏସିଆ, ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଆର୍ଥିକ ବିକାଶ ଓ ଡିଜିଟାଲ କନେକ୍ଟିଭିଟି ପ୍ରଦାନରେ ସହାୟତା କରିବ ।
ଏହି ପ୍ରକଳ୍ପରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ ସହ ସାଉଦୀ ଆରବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଯୋଜନା ଦ୍ୱାରା ମୁମ୍ବାଇରୁ ସାଉଦି ଆରବ ପର୍ୟ୍ୟନ୍ତ ସମୁଦ୍ର ଭିତରେ ପାୱାର ଟ୍ରାନ୍ସମିଶନ୍ ଲାଇନ୍ ସଂଯୁକ୍ତ କରାଯିବ । ଏହି ଚୁକ୍ତି ଦ୍ୱାରା ସବୁଠୁ ଅଧିକ ଲାଭ ଭାରତ ଏବଂ ସାଉଦି ଆରବର ଅର୍ଥନୀତିକୁ ମିଳିବ ବୋଲି ଆଶା କରାଯାଉଛି । କାରଣ ଏହି ଦୁଇ ଦେଶର ଆମଦାନୀ ରପ୍ତାନୀ ବୃଦ୍ଧିପାଇବ । ଏହି କରିଡର ଭାରତ ପାଇଁ ସବୁଠାରୁ ବଡ ଉପଲବ୍ଧି ସୃଷ୍ଟି କରିଥିବାବେଳେ ଭାରତର ଅନେକ ଦେଶ ସହ ମଧ୍ୟ ସମ୍ପର୍କ ଘନିଷ୍ଠ କରିବାରେ ସହାୟକ ହେବ ।