ଓଡ଼ିଶା 365 (ବ୍ୟୁରୋ): ରିଲ୍ ଲାଇଫ୍ ଏବଂ ରିୟଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବଲିଉଡ ଷ୍ଟାର । ନିଜର ଦମଦାର ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତ ଆଉ କେତେବେଳେ ନିଜ ପିଲା ମାନଙ୍କୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଅଜୟ ଦେବଗନ୍ ନିଜ ଝିଅର ଫିଟନେସ୍ ମନ୍ତ୍ର ସେୟାର କରି ଚର୍ଚ୍ଚାରେ ଅଛନ୍ତି । କାଜୋଲ-ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗନ ଫେମସ ଷ୍ଟାରକିଡ୍ଙ୍କ ମଧ୍ୟରୁ ଜଣେ । ଇଣ୍ଡଷ୍ଟ୍ରୀରେ ନଥାଇ ବି ନ୍ୟାସା ବେଶ୍ ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି । ଖବର ମୁତାବକ, ନ୍ୟାସା ପୂର୍ବରୁ ଏତେ ସୁନ୍ଦର ନଥିଲେ । ହେଲେ ବର୍ତ୍ତମାନ ନ୍ୟାସାଙ୍କ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ସେ ଦେଖିବାକୁ କୌଣସି ବଲିଉଡ୍ ହିରୋଇନ୍ଙ୍କ ଠାରୁ କମ୍ ନୁହଁନ୍ତି । ନ୍ୟାସା ବହୁତ ଫିଟ୍ ଓ ବୋଲ୍ଡ । ହେଲେ ତାଙ୍କ ଫିଟନେସ୍ ପଛରେ କଣ ରହିଛି ରହସ୍ୟ ? ନ୍ୟାସାଙ୍କ ଫିଟ୍ନେସ୍ ପଛର ରହସ୍ୟ ଜାଣିବାକୁ ଅନେକ ଆଗ୍ରହୀ ଅଛନ୍ତି । ।
ସୂଚନା ଅନୁଯାୟୀ, ଅଜୟ-କାଜୋଲଙ୍କୁ ଏକ ସାକ୍ଷାତକାରରେ ତାଙ୍କ ପିଲାମାନଙ୍କୁ ନେଇ କିଛି ପ୍ରଶ୍ନ ପଚରା ଯାଇଥିଲା । ପ୍ରଶ୍ନ ଟି ଥିଳା ଯେ, ତୁମ ପିଲାମାନେ କେଉଁ ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରନ୍ତି, ପଞ୍ଜାବୀ ନା ବଙ୍ଗାଳି ? ଉତ୍ତରରେ ଅଜୟ କହିଥିଲେ ମୋ ଝିଅ ଭାରତୀୟ ଖାଦ୍ୟ ଖାଏନି । ଅନ୍ୟପଟେ କାଜୋଲ କହିଥିଲେ ଝିଅ ଜାପାନୀ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରେ । ଅଜୟ ଦେବଗନ୍ କହିଥିଲେ ଯେ, ମୋ ଝିଅ କେବଳ ସୁଶି ଏବଂ ଏଡମାମେ ଖାଇ ବଞ୍ଚିଥାଏ । ଶୁଶୀ ଗୋଟିଏ ଜାପାନୀ ଫୁଡ, ଯାହା କେବଳ ଭାତରେ ପ୍ରସ୍ତୁତ ହୋଇଥାଏ । ଯେଉଁଥିରେ ଚିନି, ଲୁଣ ଏବଂ ପନିପରିବା ପଡିଥାଏ । ସେହିଭଳି ଏଡମାମେ ସୋୟାବିନ୍ ରୁ ପ୍ରସ୍ତୁତ ହୋଇଥାଏ । ଯାହା ପ୍ରୋଟିନ୍ରେ ଭରପୁର । ୧୦୦ ଗ୍ରାମ ଏଡମାମେରେ ପାଖାପାଖି ୧୮.୪ ଗ୍ରାମ ପ୍ରୋଟିନ ଥାଏ । ସେଥିପାଇଁ ଆମ ଝିଅ ଭାତ ଏବଂ ବଦଳରେ ଏସବୁ ଖାଇଥାଏ ।