ଓଡ଼ିଶା 365 (ବ୍ୟୁରୋ): ସିଙ୍ଗର ସୌରୀନ ଭଟ୍ଟଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢୁବାରେ ଲାଗିଛି। ଆଜି ସୌରୀନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି କମିଶନରେଟ ପୋଲିସ। ସୌରୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ଦୁଇଟି ଯାକ ଆକାଉଣ୍ଟ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କର ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ ବୋଲି କଟକ ଜୋନ୍-୨ ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ସୌରୀନଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିଥିଲା ପୋଲିସ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ କମିଶନରେଟ ପୋଲିସ ତାଙ୍କ ନାଁରେ ଜାରି କରିଛି ଲୁକ୍ ଆଉଟ୍ ସର୍କୁଲାର । ସୌରୀନଙ୍କ ପତ୍ତା ମିଳୁନି । ତାଙ୍କୁ ପାଉନି ପୋଲିସ । କୋଲକାତା ପୋଲିସ ସହାୟତାରେ ତାଙ୍କ ଘରେ ରେଡ୍ କରିଥିଲା କଟକ କମିଶନରେଟ ପୋଲିସ। ଏଥିପାଇଁ କୋଲକାତା ଯାଇଥିଲେ ୪ଜଣିଆ ପୋଲିସ ଟିମ୍ । ସୌରୀନଙ୍କ ଘର ସମେତ ତିନୋଟି ସ୍ଥାନରେ ରେଡ୍ ହୋଇଥିଲା । କିନ୍ତୁ ମିଳି ନଥିଲେ ସୌରୀନ ।