ଓଡ଼ିଶା 365 (ବ୍ୟୁରୋ): ବହୁ ବାଦ ବିବାଦ ପରେ ଶେଷରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜୁ ଜନତା ଦଳ। ବିଜେଡିରେ ରହି ଦୀର୍ଘ ଦିନ ହେଲା ବିଜେଡିକୁ ଟାର୍ଗେଟ କରି ଚାଲିଥିବା ଦଳୀୟ ଉପସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ। ଯାହାଙ୍କୁ ବାହାର ରାସ୍ତା ଦେଖାଇଛି ଦଳ। ଶେଷରେ ସୌମ୍ୟଙ୍କୁ ଦଳୀୟ ଉପସଭାପତି ପଦରୁ ବହିସ୍ଖାର କରିଛି ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ, ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ଏକ ଆଲେଖ୍ୟ ଲେଖି ବିବାଦୀୟ ହୋଇପଡିଥିଲେ । ଏଥିରେ ସେ ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଏହାକୁ ନେଇ ସେ ଦଳରେ ଏକଘରିକିଆ ହୋଇପଡିଥିଲେ । ଗତ କିଛି ଧରି ତାଙ୍କର ଏହି ଲେଖାକୁ ନେଇ ରାଜନୀତି ଜୋର ଧରିଥିଲା । ବିଦାୟକ ଅରୁଣ ସାହୁ, ମନ୍ତ୍ରୀ ପ୍ରତାପ ଦେବ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଏନେଇ ତାଙ୍କୁ ସମାଲୋଚନା କରିବା ସହ ବ୍ଲାକମେଲରର ଆଖ୍ୟା ଦେଇଥିଲେ। ଯାହାର କଡ଼ା ଯବାବ ଦେଇଥିଲେ ସୌମ୍ୟ। ସୈମ୍ୟ କହିିଥିଲେ ଦଳ ଏତେ ଶକ୍ତିଶାଳୀ, ତେବେ ଦଳ କାହାକୁ ଡରୁଛି ? କୁହାଯାଉଥିଲା, ଓଡ଼ିଶାବାସୀଙ୍କ ବଳ ବିଜୁ ଜନତା ଦଳ । ରାଜ୍ୟରେ ବିଜୁ ଜନତା ଦଳର ବିକଳ୍ପ ନାହିଁ । କେନ୍ଦ୍ରରେ ଶାସନ କରୁଥିବା ବିଜେପିକୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି କେହି ଭାବନ୍ତି ନାହିଁ । ବିଜୁ ଜନତା ଦଳ ୨୫ ବର୍ଷ ଧରି ନିରଙ୍କୁଶ କ୍ଷମତା ପାଇଛି । ଓଡ଼ିଶାବାସୀଙ୍କ ଏଭଳି କ୍ଷମତା, ସମର୍ଥନ, ସଦ୍ଦିଚ୍ଛା ପାଇବା ପରେ କିଛି ଏପରି କରିବା ଉଚିତ ନୁହେଁ, ଯଦ୍ୱାରା ଛୋଟ ଛୋଟ ଅଭିଯୋଗ ଆସିବ । ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ଜବାବ ଦେଇଛନ୍ତି ସୌମ୍ୟ । ତୃତୀୟ ମହଲାରେ ଗୋଟିଏ ଦଳୀୟ ଅଫିସ୍ ଅଛି କି ବୋଲି ସେ ପ୍ରଶ୍ନ କରିଥିଲେ । ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ । ଆମ ଦଳରେ କଣ କେହି ନେତା ନାହାନ୍ତି କି ? ‘ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାକୁ ସମୟ ଦେଉଛନ୍ତି କି?’‘ଦଳ ସୁପ୍ରିମୋଙ୍କୁ ପରାମର୍ଶ ଦେବା ଅସୁବିଧା କି?’‘ପ୍ରତାପ ଦେବ ରାଜାଘର ଲୋକ, ସମସ୍ତଙ୍କୁ ପ୍ରଜା ଭାବନ୍ତି’। ‘ଆମର ଦୁର୍ବଳତା, ତ୍ରୁଟି ଦର୍ଶାଇବା କଣ ଦଳ ବିରୋଧି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହପରି ନିର୍ଦ୍ଦିଷ୍ଟ ବ୍ୟୁରୋକ୍ରାଟଙ୍କୁ କଡ଼ା ଆହ୍ୱାନ ଦେଇଥିଲେ ସୌମ୍ୟ । ଚାକିରି ଛାଡ଼ି ଦଳ ସମ୍ଭାଳିବାକୁ କହିଥିଲେ । ଆମ ଦଳରେ କଣ କେହି ନେତା ନାହାନ୍ତି ଦଳ କଥା ବୁଝିବାକୁ ବୋଲି ସେ କହିଥିଲେ । ଜଣେ ଦୁଇ ଜଣ ଆଇଏଏସ୍ କଣ ଦଳ କଥା ବୁଝିବେ?’ଯଦି ଦଳ କଥା ବୁଝିବାକୁ ଇଛା, ଇସ୍ତଫା ଦେଇ ଦଳକୁ ଆସିବା ଉଚିତ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଆପତ୍ତି ନାହିଁ ।