ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ଆପଣମାନେ ରସୁଣକୁ ନିଶ୍ଚିତ ରୂପେ ଖାଦ୍ୟରେ ବ୍ୟବହାର କରିଥିବେ । ଏହା ଖାଦ୍ୟର ସ୍ୱାଦକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥାଏ । ଏହାସହିତ ରସୁଣରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆପଣାମାନେ ଜାଣିଛନ୍ତି କି ରସୁଣ ଚୋପାରେ ମଧ୍ୟ ଅନେକ ଫାଇଦା ଅଛି । ତେବେ ଆସନ୍ତୁ ଜାଣିବା ଏହା ଯଦି ଆପଣଙ୍କ କେଶ ଝଡୁଛି ତେବେ ରସୁଣ ଚୋପା ଏହା ପାଇଁ ରାମବାଣ ସଦୃଶ କାମ କରିଥାଏ । ସେଥିପାଇଁ ରସୁଣ ଚୋପାକୁ ପାଣିରେ ପାଇ ଫୁଟାଇ ଦିଅନ୍ତୁ । ସେହି ପାଣିରେ କେଶକୁ ଧୂଅନ୍ତୁ । ଏହା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇ ଯିବ । ରସୁଣ ଚୋପାକୁ ଚିକେନ କିମ୍ବା ସୁପ୍ରେ ପକାଇବା ଦ୍ୱାରା ସ୍ୱାଦ ଦ୍ୱିଗୁଣିତ ହୋଇଯାଇଥାଏ ।
ରସୁଣ ଚୋପାକୁ ଗୁଣ୍ଡ କରି ତ୍ୱଚାରେ ଲାଗାଇବା ଦ୍ୱାରା ବ୍ରଣରୁ ଛୁଟକାରା ମିଳିଥାଏ । ଏହାସହିତ ରସୁଣ ଚୋପାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଥଣ୍ଡା, କାଶ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି କୌଣସି ବ୍ୟକ୍ତିଙ୍କର ପାଦ ଫୁଲିଚି ସେଥିପାଇଁ ରସୁଣ ଚୋପା ପାଣିରେ ଗୋଡ ବୁଡାଇ ରଖନ୍ତୁ । ଖୁବ୍ ଶୀଘ୍ର ଏହି ସମସ୍ୟାରୁ ଆରାମ ମିଳିବ । ରସୁଣ ଚୋପାକୁ ଗୁଣ୍ଡ କରି ସେଥିରେ ମହୁ ମିଶାଇ ପିଇବା ଦ୍ୱାରା ଆସ୍ଥମା ରୋଗରୁ ଉପଶମ ମିଳେ । ରସୁଣ ଚୋପାକୁ ଗୁଣ୍ଡ କରି ସେଥିରେ ଅଲିଭ ତେଲ ମିଶାଇ କେଶରେ ଲଗାଇବା ଦ୍ୱାରା କେଶରେ ଚମକପଣ ଆସିଥାଏ ।