ଓଡ଼ିଶା 365 (ବ୍ୟୁରୋ) :ଖୁବ ଶିଘ୍ର ଭାତର ସହ ମିଶିବ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମିର) । ଏଭଳି ଏକ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ । କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ କହିଛନ୍ତି, ଅପେକ୍ଷା କରିନ୍ତୁ , ପିଓକେ ଆପେ ଆପେ ଭାରତରେ ମିଶିଯିବ । ରାଜସ୍ଥାନର ଡାଉସରେ ଭାଜପାର ପରବର୍ତ୍ତନ ସଂକଳ୍ପ ଯାତ୍ରାରେ ଯୋଗଦେଇ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ । ଏହା ପରେ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂଙ୍କ ଏହି ବୟାନ ଭାଇରାଲ ହେବାରେ ଲାଗିଛି । ଏହାସହ ଜି-୨୦ ଶିଖର ସମ୍ମିଳନୀ ପ୍ରସଙ୍ଗରେ ମଧ୍ୟ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ । ସେ କହିଛନ୍ତି, ଏହା ପୂର୍ବରୁ କୌଣସି ସ୍ଥାନରେ ମଧ୍ୟ ଭାରତ ଭଳି ଜି-୨୦ ସମ୍ମିଳନୀ ଆୟୋଜନ ହୋଇନାହିଁ । ନାହିଁ ଭାରତ ଭଳି କେହି ଆୟୋଜନ କରି ପାରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ।
ପୂର୍ବରୁ ଗୋଆରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ, ଜମ୍ମୁ-କଶ୍ମୀରର ଯେଉଁ ଅଞ୍ଚଳକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରିଛି ସେଠାରୁ ସେ ତୁରନ୍ତ ହଟିଯିବା ଉଚିତ୍। ଜୟଶଙ୍କରଙ୍କ ପିଓକେ ଛାଡ ବୟାନ ପରେ ପଡୋଶୀ ଚାଇନା ଓ ପାକିସ୍ତାନ ଚିନ୍ତାରେ ପଡିଯାଇଥିଲେ।