ଓଡ଼ିଶା 365 (ବ୍ୟୁରୋ): ରେକର୍ଡ ସୃଷ୍ଟି କଲା ‘ଜୱାନ’ ,ଇତିହାସ ରଚିଲେ ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ୍ ଖାନ୍ । ଫିଲ୍ମ ‘ଜୱାନ’ ଦେଶ ବିଦେଶରେ ହଇଚଇ ସୃଷ୍ଟି କରୁଛି । ବକ୍ସ ଅଫିସରେ ଧମାଲ କରିବା ସହ ଲୋକଙ୍କ ମନ ଜିଣିବାରେ ଲାଗିପଡିଛି । ପ୍ରଥମ ଦିନରେ ୧୨୯. ୬ କୋଟି ଆୟ କରିବା ଦିନ ଠାରୁ ଏହି ଫିଲ୍ମଟି ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଛି। ସମସ୍ତ ବ୍ଲକବଷ୍ଟର ଫିଲ୍ମର ରେକର୍ଡ ବ୍ରେକ୍ କରି ଚାଲିଛି କିଙ୍ଗ୍ ଖାନଙ୍କ ଫିଲ୍ମ ‘ଜୱାନ’ । ହେଲେ ଚତୁର୍ଥ ଦିନର ଫିଲ୍ମ ସର୍ବାଧିକ ଆୟ କରି ଇତିହାସ ସୃଷ୍ଟି କରିଛି। କିଂ ଖାନ୍ଙ୍କ ଫିଲ୍ମ ଜବାନ ଏହି ୪ ଦିନ ଭିତରେ ଯେତେସବୁ ରେକର୍ଡ କଲାଣି ତାହା କୌଣସି ହିନ୍ଦି ଫିଲ୍ମ ପୂର୍ବରୁ କରିନଥିଲା ।
ସୂଚନା ଅନୁଯାୟୀ , ଆଡ୍ଭାନ୍ସ ବୁକିଂରେ ବି ଫିଲ୍ମ ୪୪.୫ କୋଟିର ଆଡ୍ଭାନ୍ସ ବୁକିଂ କରି ରେକର୍ଡ ସୃଷ୍ଟି କରିଥିଲା। ମାତ୍ର ଦୁଇ ଦିନରେ ଫିଲ୍ମ ବିଶ୍ୱବ୍ୟାପୀ ୨୪୦.୪୭ କୋଟି ଆୟ କରିଥିଲା। ପ୍ରଥମ ହିନ୍ଦୀ ସିନେମା ଭାବେ ଜବାନ ମାତ୍ର ୪ ଦିନରେ ବିଶ୍ୱବ୍ୟାପୀ ୫୨୦.୭୯ କୋଟି କଲେକ୍ସନ କରିଛି ବୋଲି ପ୍ରଯୋଜନା ସଂସ୍ଥା ରେଡ୍ ଚିଲି ଏଣ୍ଟରଟେନ୍ମେଣ୍ଟ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।ଖାଲି ଭାରତ ନୁହେଁ ଆମେରିକାରେ ବି ରେକର୍ଡ କରିଛି ଶାହରୁଖଙ୍କ ଫିଲ୍ମ ‘ଜୱାନ’ । ୱିକେଣ୍ଡରେ ସର୍ବାଧିକ ଆୟ କରିଥିବା ୫ଟି ସିନେମା ତାଲିକାରେ ଶାହରୁଖଙ୍କ ସିନେମା ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ୱିକେଣ୍ଡରେ ‘ଜୱାନ’ ଆମେରିକାରେ ୬.୨ ମିଲିୟନ ଡଲାର ଅର୍ଥାତ ୫୧.୪୦ କୋଟି ଟଙ୍କା ଆୟ କରିଛି।
ସେପଟେ ଏଟ୍ଲିଙ୍କ ନିର୍ଦ୍ଦେଶନାର ତିଆରି ହୋଇଥିବା ଆକ୍ସନ-ଥ୍ରିଲର ଫିଲ୍ମ ଦର୍ଶକଙ୍କୁ ଆକର୍ଷିତ କରୁଛି । ଥରେ ଯିଏ ଏହି ଫିଲ୍ମକୁ ଦେଖୁଛି ବାରମ୍ବାର ଦେଖିବାକୁ ମନ ହେଉଛି । ପ୍ରତ୍ୟେକ ‘ଶୋ’ ହାଉସ୍ ଫୁଲ୍ ହେଉଛି। ଫଳରେ ସିନେମାଟି ରେକର୍ଡ ବଢ଼ି ବଢ଼ି ଚାଲିଛି। ‘ଜୱାନ’ ସାରା ବିଶ୍ୱରେ ପ୍ରଥମ ହିନ୍ଦୀ ସିନେମା ଭାବେ ଓପନିଂ ଡେ ରେ ୧୨୯.୬ କୋଟି ଆୟ କରି ରେକର୍ଡ ସୃଷ୍ଟି କରିଛି। ରିଲିଜ୍ ହେବାର ଚତୁର୍ଥ ଦିନ ଅର୍ଥାତ୍ ପ୍ରଥମ ରବିବାରରେ ୮୧ କୋଟି ଟଙ୍କା କଲେକ୍ସନ କରିଛି । ଏଥିସହିତ ବକ୍ସ ଅଫିସ୍ ଇତିହାସରେ ସିଙ୍ଗଲେ ଡେରେ ସର୍ବାଧିକ କଲେକ୍ସନ କରିଥିବା ଫିଲ୍ମ ହୋଇଛି ‘ଜୱାନ’ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରବିବାର କେବଳ ‘ଜୱାନ’ ର ହିନ୍ଦୀ ଭର୍ଜନ ୭୨ କୋଟି କଲେକ୍ସନ କରିଛି। ଏପରି କରି ଶାହରୁଖ୍ଙ୍କ ଫିଲ୍ମ ପ୍ରଥମ ସଣ୍ଡେରେ ସର୍ବାଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି। ୫. ଶାହରୁଖ ଖାନ୍ଙ୍କ ଫିଲ୍ମ ପ୍ରଥମ ୩ ଦିନରେ ୱାର୍ଲ୍ଡ ୱାଇଡ୍ ୩୮୪.୬୯ କୋଟିର କଲେକ୍ସନ କରିଛି। ପ୍ରଥମ ୩ ଦିନରେ ସର୍ବାଧିକ ଆୟ କରିଥିବା ପ୍ରଥମ ଫିଲ୍ମ ହୋଇଛି ‘ଜୱାନ’ । ସୂଚନା ଅନୁଯାୟୀ, ଏହି ଫିଲ୍ମ ତିଆରି କରିବାକୁ ୩୦୦ କୋଟି ଖର୍ଚ୍ଚ ହୋଇଛି। ସେପ୍ଟେମ୍ବର ୭ ତାରିଖରେ ‘ଜୱାନ’ ମୁକ୍ତିଲାଭ କରିଥିବା ବେଳେ ସେପ୍ଟେମ୍ବର ୧୧ ତାରିଖ ସକାଳ ସୁଦ୍ଧା ସିନେମାଟି କେବଳ ଭାରତରେ ୨୮୭.୦୬ କୋଟି ଆୟ କରିଛି।