ଓଡ଼ିଶା 365 (ବ୍ୟୁରୋ) : ମହିଳାମାନେ ଓଷା ବ୍ରତ କଲେ ଶାଗୁ ଖାଇଥାନ୍ତି । ଏହାଛଡା ଅନେକ ସମୟରେ ଶାଗୁକୁ ଲୋକେ ଜଳଖିଆ ଭାବେ ବ୍ୟବହାର କରିଥାନ୍ତି । ଶାଗୁ ଖାଇବା ଶରୀର ପାଇଁ ଲାଭଦାୟକ । କିନ୍ତୁ ବେଳେ ବେଳେ ଏହାକୁ ଅଧିକ ମାତ୍ରାରେ ଖାଇବା ଯୋଗୁଁ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଯଦି ଆପଣ ପ୍ରତିଦିନ ଶାଗୁ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହାକୁ ଅଧିକ ଖାଇବା ଦ୍ୱାରା ଏହା ଶରୀରକୁ ହାନି ପହଞ୍ଚାଇଥାଏ । ଶାଗୁ ଅଧିକ ଖାଇଲେ ବ୍ଲଡ ସୁଗାର ବଢିଯିବାର ସମ୍ଭାବନା ରହିଥାଏ। ଯାହା ଯୋଗୁଁ ଆପଣଙ୍କୁ ଡାଇବେଟିଜ ଭଳି ରୋଗ ହୋଇପାରେ ।
ଶାଗୁଦାନା ଖାଇବା ଦ୍ୱାରା କ୍ୟାଲସିୟମ ମାତ୍ରା ଅଧିକ ହୋଇଯିବା ଫଳରେ କିଡନୀ ଷ୍ଟୋନ ସମସ୍ୟା ଦେଖାଦିଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଶାଗୁ କମ୍ ଖାଆନ୍ତୁ । ଶାଗୁରେ ଅଧିକ କ୍ୟାଲୋରୀ ରହିଥାଏ । ଏହାକୁ ଖାଇବା ଦ୍ୱାରା ଓଜନ ବଢିଥାଏ । ହୃଦୟ ଏବଂ ମସ୍ତିଷ୍କ ପାଇଁ ହାନିକାରକ ହୋଇଥାଏ ଶାଗୁ। ଏହାକୁ ଅଧିକ ଖାଇଲେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଯେଉଁଥିପାଇଁ କେବେ କେବେ ଏହା ମୃତ୍ୟୁର କାରଣ ପାଲଟିଥାଏ । ଏହାଛଡା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ, ଛାତିରେ ଯନ୍ତ୍ରଣା, ବାନ୍ତି, ଥାଇରଏଡ ଏବଂ ମୁଣ୍ଡ ବ୍ୟଥା ଭଳି ରୋଗ ଦେଖାଦିଏ ।