ଓଡ଼ିଶା 365 (ବ୍ୟୁରୋ) : ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱରେ ପ୍ରଶଂସା ହେଉଛି । ଅଧିକାଂଶ ବିଦେଶୀ ଗଣମାଧ୍ୟମ ଭାରତର ବଢୁଥିବା ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। ଭାରତରେ ଜି-୨୦ ସଫଳ ଆୟୋଯନ ସମଗ୍ର ବିଶ୍ୱରେ ହେଡଲାଇନରେ ତିଆରି କରିଥିଲା । ଆମେରିକାର ପ୍ରସିଦ୍ଧ ଖବରକାଗଜ ୱାଶିଂଟନ ପୋଷ୍ଟ ମଧ୍ୟ ଜି-୨୦ ଶିଖର ସମ୍ମିଳନୀରେ ଭାରତକୁ ଖୁବ ପ୍ରଶଂସା କରିଛି । ଜି-୨୦ ଶିଖର ସମ୍ମିଳନୀରେ ଭାରତ ବିଭାଜିତ ବିଶ୍ୱଶକ୍ତିଙ୍କ ମଧ୍ୟରେ ବୁଝାମଣା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ବଡ କୂଟନୈତିକ ବିଜୟ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ନେତାଙ୍କ ସମ୍ମିଳନୀକୁ ଆମେରିକା ସମ୍ପୂର୍ଣ୍ଣ ସଫଳତା ବୋଲି ବର୍ଣ୍ଣନା କରିଛି। ଜି-୨୦ ଏକ ବଡ ସଂଗଠନ। ରୁଷିଆ ଏବଂ ଚାଇନା ଏହାର ସଦସ୍ୟ ଅଟନ୍ତି। ନୂଆଦିଲ୍ଲୀ ଘୋଷଣାନାମା ସର୍ବସମ୍ମତି କ୍ରମେ ପାସ୍ ହୋଇଛି। ଏହା ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସମ୍ମାନ କରିବାକୁ ଆହ୍ବାନ କରୁଛି ବୋଲି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ।