ଓଡ଼ିଶା 365 (ବ୍ୟୁରୋ) : ଶ୍ୱଶୁର ଘର ଗାଁରେ ଜ୍ୱାଇଁକୁ ହତ୍ୟା । ରାସ୍ତା ମଝିରେ ଇଟାରେ ପିଟି ପିଟି ଜ୍ବାଇଁକୁ ନିର୍ମମ ଭାବରେ ହତ୍ୟା କଲେ ଶ୍ବଶୁର ଘର ଲୋକ । ପାରିବାରିକ କଳହକୁ ନେଇ ଏଭଳି ଅଘଟଣ ଘଟିଥିବା ସୂଚନା । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ 2 ଜଣଙ୍କୁ ଗିରଫ କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ବିଞ୍ଜୋର ଜିଲ୍ଲାର ସରାଇ ଇମ୍ମା ଗାଁରେ ରହୁଥିବା ଆସିଫ ଉର୍ଫ ବାଜା ଏବଂ ତାଙ୍କ ପତ୍ନୀଙ୍କ ସହ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା । ଏହି କାରଣରୁ ଆସିଫଙ୍କ ପତ୍ନୀ ଯାଇ ନିଜ ବାପାଘର ଦୁଧାଲି ଗାଁରେ ରହୁଥିଲେ । ଏହାସହ ଆସିଫଙ୍କ ବିରୁଦ୍ଧରେ କିରତପୁର ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ମାମଲା ଥାନାରେ ବିଚାରଧିନ ଥିଲା । ସେପଟେ ପତ୍ନୀକୁ ନେବା ପାଇଁ ଶ୍ବଶୁର ଘର ଲୋକ ଆସିଫଙ୍କୁ ଦୁଧଲିକୁ ଡାକିଥିଲେ ।
ତେବେ ଆସିଫ ତାଙ୍କ ପତ୍ନୀକୁ ଆଣିବା ପାଇଁ ଯେତେବେଳେ ତାଙ୍କ ଶ୍ବଶୁର ଘର ଗାଁରେ ପହଞ୍ଚି ଥିଲେ ସେତେବେଳେ ତାଙ୍କ ଶଳା ଏବଂ ଗାଁର ମୁଖିଆ ମିଶି ଆସିଫଙ୍କୁ ମାରପିଟ କରିଥିଲେ । ତେବେ ଏତିକିରେ ସେମାନଙ୍କ ରାଗ କମିନଥିଲା । ପାଖରେ ଥିବା ଏକ ଇଟା ଆଣି ଆସିଫଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଆସିଫଙ୍କ ମୃତ୍ୟୁ ହୋଇଥିଲା । ତେବେ ଆସିଫଙ୍କ ପରିବାର ଲୋକଙ୍କ କହିବ ଅନୁସାରେ, ବିବାହ ପରେ ଆସିଫଙ୍କ ପତ୍ନୀ କିଛି ଦିନ ଶ୍ବଶୁର ଘରେ ରହିଥିଲେ । ଏହାପରେ ବାପାଘରକୁ ଯିବା ପରେ ଆଉ ଶ୍ବଶୁର ଘରକୁ ଫେରି ନଥିଲେ । ସେପଟେ ପତ୍ନୀକୁ ଶ୍ବଶୁର ଘରୁ ଆସି ନେବା ପାଇଁ ଡାକି ତାଙ୍କୁ ହତ୍ୟା କରିଛନ୍ତି । ତେବେ ଏନେଇ ଆସିଫଙ୍କ ବାପା ଅବ୍ଦୁଲ ରଶିଫ କିରତପୁର ଥାନାରେ ଝିଅ ଘର ପକ୍ଷ ଲୋକଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।