ଓଡ଼ିଶା 365 (ବ୍ୟୁରୋ) : ଗୁଜରାଟ ଗସ୍ତରେ ଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ଗାନ୍ଧିନଗରରେ ପହଞ୍ଚିବେ। ଏହାପରେ ବୁଧବାର ସେ ନ୍ୟାଶ୍ନାଲ୍ ଇ-ବିଧାନ ଆପ୍ଲିକେଶନ୍ (ନେଭା) ପ୍ରକଳ୍ପର ଉଦଘାଟନ କରିବେ। ଏହି ଅବସରରେଜରାଟ ବିଧାନସଭା ସଦସ୍ୟମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓ୍ବାନ୍ ନେଶନ୍, ଓ୍ବାନ୍ ଆପ୍ଲିକେଶନ’ ସଂକଳ୍ପ ଦ୍ୱାରା ଅନୁପ୍ରାଣିତ ହୋଇ ବିଧାନସଭା ପ୍ରକ୍ରିୟାକୁ କାଗଜହୀନ କରିବା ଦିଗରେ ନେଭା ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାପରେ ସେ ଗାନ୍ଧିନଗରରେ ଗୁଏହାସହ ଗାନ୍ଧିନଗରର ରାଜ ଭବନରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ‘ଆୟୁଷ୍ମାନ ଭବ’ ଯୋଜନାର ଅନ୍ଲାଇନ୍ରେ ଶୁଭାରମ୍ଭ କରିବେ। ଭାରତ ସରକାରଙ୍କ ‘ଡିଜିଟାଲ ଇଣ୍ଡିଆ ପ୍ରୋଗ୍ରାମ’ ଅଧୀନରେ ଥିବା ୪୪ଟି ମିଶନ ମୋଡ ପ୍ରୋଜେକ୍ଟ (ଏମଏମ୍ପିି) ମଧ୍ୟରୁ ଜାତୀୟ ଇ-ବିଧାନ ଆପ୍ଲିକେଶନ୍ (ନେଭା) ଗୋଟିଏ । ଜାତୀୟ ଇ-ବିଧାନ ଆପ୍ଲିକେଶନ୍ ସମସ୍ତ ରାଜ୍ୟର ବିଧାନସଭାର କାର୍ଯ୍ୟକୁ ‘ଡିଜିଟାଲ ହାଉସ’ରେ ରୂପାନ୍ତର କରି କାଗଜବିହୀନ କରିବାକୁ ଲକ୍ଷ୍ୟ ରଖିଛି ।