ଓଡ଼ିଶା 365 (ବ୍ୟୁରୋ): ଏସିଆ କପ୍ ସୁପର-୪ରେ ପାକିସ୍ତାନକୁ ୨୨୮ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଭାରତ। ବ୍ୟାଟିଂ ବୋଲିଂରେ କମାଲ କରିଛି ରୋହିତ ବାହିନୀ । ସ୍ଥାପନ ହୋଇଛି ରେକର୍ଡ। ରନ୍ ମେସିନ ବିରାଟ କୋହିଲି ୧୨୨ ରନ୍ ,କେଏଲ ରାହୁଲ୍ ୧୧୧ ରନର ଅପରାଜିତ ପାରି ଖେଳିଥିଲେ। ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଶତକ ମାରିବାରେ ପଞ୍ଚମ ଭାରତୀୟ ବ୍ୟାଟର ହୋଇଛନ୍ତି ରାହୁଲ। ଭାରତ ପକ୍ଷରୁ କୁଲଦୀପ ଯାଦବ ୫ ୱିକେଟ୍ ନେଇ ପାକିସ୍ତାନର ବ୍ୟାଟିଂ ଲାଇଅଫକୁ ଧ୍ବସଂ କରିଦେଇଥିଲେ। ଦିନିକିଆ କ୍ୟାରିୟରରେ ବିରାଟ ୪୭ ତମ ଶତକ ହାସଲ୍ କରି ଇତିହାସ ରଚିଛନ୍ତି ।
ଦିନିକିଆରେ ଦ୍ରୁତ ଗତିରେ ୧୩ ହଜାରନ ରନ୍ ପୂରା କରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି ବିରାଟ କୋହଲି। ସବୁଠୁ କମ୍ ୨୬୭ ଇନିଂସ୍ ଖେଳି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏପରି କରି ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲ କର ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ୍ ରିକି ପଣ୍ଟିଂକୁ ପଛରେ ପକାଇଛନ୍ତି । ୧୩ ହଜାର ରନ୍ ପୁରା କରିବା ଲାଗି ତେନ୍ଦୁଲକର ୩୨୧ ମ୍ୟାଚ୍, ରିକି ପଏଣ୍ଟିଂ ୩୪୧ ମ୍ୟାଚ୍ ଖେଳିଥିଲେ। ରିଜର୍ଭ ଡେରେ ଭାରତର ବ୍ୟାଟିଂ ସୁପର ସୋ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆ ପାକିସ୍ତାନକୁ ୩୫୬ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଟାର୍ଗେଟ ଦେଇଥିଲା । ପାକିସ୍ତାନ ୩୨ ଓଭରରେ ୧୨୮ ରନ କରି ଅଲଆଉଟ ହୋଇଥିଲା । ଏସିଆ କପରେ ୨୨୮ ବଡ ବ୍ୟବଧାନରେ ବାଜି ଜିତିଛି ଭାରତ। ଆଜି ଶ୍ରୀଲଙ୍କାକୁ ଭେଟିବ ରୋହିତ ବାହିନୀ ।