ଓଡ଼ିଶା 365 (ବ୍ୟୁରୋ): ଛୋଟ ଠାରୁ ବୟସ୍କ ସମସ୍ତେ ଫାଷ୍ଟଫୁଡ୍ ଖାଇବାକୁ ଭଲ ପାଆନ୍ତି । ଫାଷ୍ଟଫୁଡ୍ ଭିତରେ ସମସ୍ତଙ୍କର ପ୍ରିୟ ହୋଇଥାଏ ଏଗ୍ ରୋଲ୍ । ଏହା ପାଟିକୁ ବହୁତ ସୁଆଦେ ଲାଗିଥାଏ । ରୋଲ୍ ବିଭିନ୍ନ ପ୍ରକାରର ଅଛି । ଏଗ୍ ରୋଲ୍, ଚିକେନ୍ ରୋଲ, ପନିର ରୋଲ୍, ଚାଉମିନ୍ ରୋଲ୍, ମଟନ୍ ରୋଲ, ମସରୁମ୍ ରୋଲ୍ ଆଦି ଅନେକ ପ୍ରକାରର ରୋଲ ମାର୍କେଟରେ ବିକ୍ରି ହେଉଛି । ଯାହାକୁ ଆପଣମାନେ ଖାଇକି ମନଶାନ୍ତି କରି ଦିଅନ୍ତି ହେଲେ ଆପଣ ଜାଣନ୍ତି କି, ଏହା ପାଟିକୁ ଯେତିକି ସୁଆଦେ ଲାଗେ ସ୍ୱାସ୍ଥ୍ୟ ପାଇଁ ସେତିକି କ୍ଷତିକାରକ ହୋଇଥାଏ ।
ଏହା ଆପଣଙ୍କ ଶରୀରରେ ସିରା ପ୍ରସିରାକୁ ବ୍ଲକେଜ୍ କରିବାର କାରଣ ବନିପାରେ । ଖାସ୍ କରି ଯଦି ଆପଣ ହାଇ କୋଲେଷ୍ଟ୍ରଲ, ଡାଇବେଟିଜ୍ ଏବଂ ବ୍ଲଡ ପ୍ରେସର ରୋଗୀ ହୋଇଥିବେ ତେବେ ଏହି ଜିନିଷ ଆପଣଙ୍କ ପାଇଁ ଜୀବନନାଶକ ହୋଇପାରେ । ଆମେ ଏଠାରେ ଆପଣଙ୍କୁ କହୁଛୁ ଏଗ୍ ରୋଲ ବିଷୟରେ ।ଏଗ୍ ରୋଲ ଖାଇବାକୁ ପ୍ରାୟ ଲୋକ ଭଲ ପାଆନ୍ତି? ଅନେକ ପ୍ରକାରର ଅଣ୍ଡା ରୋଲ୍ ମଧ୍ୟ ଅଛି । କେହି କେହି ଡବଲ୍ କିମ୍ବା ଗୋଟିଏ ଅଣ୍ଡା ରୋଲ୍ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଅଣ୍ଡା ରୋଲ ଆପଣଙ୍କ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ?
ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ଅଣ୍ଡା ରୋଲ ତିଆରି କରିବା ପାଇଁ ଅନେକ ତେଲ ବ୍ୟବହୃତ ହୁଏ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏହା ହେଉଛି ଏକ ପ୍ରମୁଖ କାରଣ । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହା ରକ୍ତରେ କୋଲେଷ୍ଟ୍ରଲରେ ସ୍ତରକୁ ବଢାଇପାରେ । ଅଣ୍ଡା ରୋଲ ଗୁଡ଼ିକ ତେଲରେ ଫ୍ରାଏ ହୋଇଥାଏ ।ଏଥିରେ ସନ୍ତୁଳିତ ଚର୍ବି ଥାଏ, ଯାହା ରକ୍ତରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବଢ଼ାଇଥାଏ । ତେଣୁ ଏହା ହୃଦଘାତକୁ ବଢ଼ାଇଥାଏ ।
ଅଣ୍ଡା ରୋଲରେ ଅଧିକ ଲୁଣ ବ୍ୟବହୃତ ହୁଏ । ଏଥିରେ ବ୍ୟବହୃତ ଚଟଣିରେ ସୋଡିୟମ୍ ଥାଏ । ତେଣୁ ନିୟମିତ ଭାବେ ଅଣ୍ଡା ରୋଲ ଖାଇବା ଦ୍ୱାରା ରକ୍ତଚାପ ବଢାଇଥାଏ । ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଅଣ୍ଡା ରୋଲ ଖାଇବା ଉଚିତ୍ ନୁହେଁ । ଅଧିକ ଲୁଣ ଆପଣଙ୍କ ରକ୍ତଚାପ ବଢ଼ାଇଥାଏ ।ମଧୁମେହରେ ପୀଡିତ ଲୋକମାନେ ଶରୀରରେ ସଠିକ୍ ପରିମାଣର ସୁଗାର ବଜାୟ ରଖିବା ଆବଶ୍ୟକ । କିନ୍ତୁ ଅଣ୍ଡାରେ ସୁଗାର ବୃଦ୍ଧିକାରୀ କ୍ୟାଲୋରୀ ଅଧିକ । ସେଥିପାଇଁ ସୁଗାର ରୋଗୀମାନେ ଏଗ୍ ରୋଲ୍ ନଖାଇଲେ ବହୁତ୍ ଭଲ ।
ଏହାସହ ଅତ୍ୟଧିକ ଅଣ୍ଡା ରୋଲ ଖାଇବା ଦ୍ୱାରା ଓଜନ ବଢ଼ିପାରେ ।ଏହି ଖାଦ୍ୟଗୁଡ଼ିକରେ କ୍ୟାଲୋରୀ ଏବଂ ଚର୍ବି ଅଧିକ ଥାଏ । ତେଣୁ ଯେଉଁମାନେ ଅତିରିକ୍ତ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଅଣ୍ଡା ଖାଇବା ଉଚିତ୍ ନୁହେଁ ।ଏହି ରୋଲରେ ଥିବା ଅଧିକାଂଶ ତେଲ ହୃଦୟ ପାଇଁ ଭଲ ନୁହେଁ । ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ ଅଣ୍ଡା ରୋଲ ଖାଆନ୍ତୁ ନାହିଁ ।