ଓଡ଼ିଶା 365 (ବ୍ୟୁରୋ) : ‘ସମୁଦ୍ରଯାନ ପ୍ରକଳ୍ପ’ରେ ବଙ୍ଗୋପସାଗରର ୬୦୦୦ ମିଟର୍ ଗଭୀରକୁ ଯିବ ‘ମତ୍ସ୍ୟ’ ନାମକ କ୍ଷୁଦ୍ର ବୁଡ଼ାଜାହାଜ । ଏହି ଯାହାଜ ମୁଲ୍ୟବାନ୍ ଧାତୁ ଏବଂ ‘କୋବାଲ୍ଟ୍, ନିକେଲ୍ ଓ ମାଙ୍ଗାନିଜ୍ ଭଳି ଖଣିଜ ପଦାର୍ଥର ସନ୍ଧାନ କରିବ । ଏଥିରେ ୩ଜଣ ଲୋକ ମଧ୍ୟ ଯିବେ ବୋଲି ଜଣାପଡ଼ିଛି । ଏହି ଯାହାଜକୁ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି’ର (ନିଅଟ୍) ବୈଜ୍ଞାନିକମାନେ ନିର୍ମାଣ କରିଛନ୍ତି । ‘ମତ୍ସ୍ୟ ୬୦୦୦’ର ୨ ବର୍ଷ ହେଲା ନିର୍ମାଣ ଚାଲିଥିଲା । ଭାରତୀୟ ବୈଜ୍ଞାନିକମାନେ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି କରିଛନ୍ତି । ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ୨୦୨୪ ପ୍ରାରମ୍ଭରେ ଚେନ୍ନାଇ ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରରେ କରାଯିବ ବୋଲି ସୂଚନା ମିଳିଛି । ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୨୪ର ପ୍ରଥମ ୩ ମାସ ମଧ୍ୟରେ ଆମେ ୫୦୦ ମିଟର୍ ଗଭୀର ସମୁଦ୍ରରେ ଏହାର ପ୍ରଥମ ସାମୁଦ୍ରିକ ପରୀକ୍ଷଣ କରିବୁ। ୨୦୨୬ରେ ଏହି ଅଭିଯାନ ସାକାର ହେବ ବୋଲି ଆଶା କରାଯାଉଛି ।