ଓଡ଼ିଶା 365 (ବ୍ୟୁରୋ) : ଭାରତର ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନକୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଗଣମାଧ୍ୟମ ଗୁଡ଼ିକ ନିନ୍ଦା କରିଥିବାର ଆଲୋଚନା ହେଉଥିଲା । ଯାହାକୁ ରୁଷ୍ ତୀବ୍ର ସମାଲୋଚନା କରିଛି। ଭାରତର ‘ଜି୨୦’ ଅଧ୍ୟକ୍ଷତାକୁ ସମଗ୍ର ବିଶ୍ବ ପ୍ରଶଂସା କରୁଥିବା ବେଳେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ‘ଜି୨୦ ନୂଆଦିଲ୍ଲୀ ଘୋଷଣାନାମା’କୁ ଦୃଢ଼ ନିନ୍ଦା କରିବା ସହିତ ଶିଖର ସମ୍ମିଳନୀକୁ ସମାଲୋଚନା କରିଛନ୍ତି। ଏ ସବୁ ଭିତରେ ଭାରତକୁ ସମର୍ଥନ କରୁଥିବା ରୁଷ୍ ସେମାନଙ୍କୁ କଡ଼ା ଜବାବ ଦେଇଛି। ଭାରତରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିଥିବା ପାଶ୍ଚାତ୍ୟ ଗଣମାଧ୍ୟମକୁ ପାଲଟା ସମାଲୋଚନା କରି ରୁଷୀୟ ସମ୍ବାଦପତ୍ର ‘ଦି ରସା ଟାଇମ୍ସ୍’ (ଆର୍ଟି) ଦୃଢ଼ତାର ସହିତ ଉଲ୍ଲେଖ କରିଛି ଯେ, ପାଶ୍ଚାତ୍ୟ ଗଣମାଧ୍ୟମ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ।