ଓଡ଼ିଶା 365 (ବ୍ୟୁରୋ) :‘ଜି୨୦’ ଶିଖର ସମ୍ମିଳନୀରେ ସମାପ୍ତ ହୋଇଛି । ଏହାରି ଭିତରେ ଏକ ବଡ ଏବ ଭଲ ମୁହୁର୍ତ୍ତ ଦେଖିବାକୁ ମିଳିଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଖରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୋଟିଏ ଆଣ୍ଠୁ ତଳେମାଡ଼ି ବସି କଥା ହେଉଛନ୍ତି । ଶେଖ୍ ହସିନାଙ୍କ ଏକ ଚୌକିରେ ବସିଥିବେ ବେଳେ ଋଷି ସୁନକ ଗୋଟିଏ ଆଣ୍ଠୁ ତଳେମାଡ଼ି ବସି ଆଲୋଚନା କରୁଛନ୍ତି । ଏହି ସମୟର ଫଟୋ ଓ ଭିଡ଼ିଓ ସାମିଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କର ବିନମ୍ରତାକୁ ପ୍ରଶଂସା କରି ଏହି ଫଟୋକୁ ଅନେକ ସାମାଜିକ ଗଣମାଧ୍ୟମ ‘ଏକ୍ସ୍’ରେ ସେୟାର୍ କରିଛନ୍ତି। ସୂଚନା ଆନୁସାରେ, ‘ଜି୨୦’ ଶିଖର ସମ୍ମିଳନୀର ସମାବର୍ତ୍ତନ ସମାରୋହ ବେଳେ ସୁନକ ଓ ହସିନା ଦିଲ୍ଲୀରେ ଥିଲେ। ଦୁହେଁ ଆଳାପ କରୁଥିବା ବେଳେ ଏହି ଫଟୋ ଉଠାଯାଇଥିଲା।ଏହି ଫଟୋଟିକୁ ଏବେ ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ପୋଷ୍ଟ୍ କରିବା ସହିତ ସୁନକଙ୍କୁ ପ୍ରଶଂସା କରି ‘ରି-ଏକ୍ସ୍’ (ରି ଟୁଇଚ) କରୁଛନ୍ତି।