ଓଡ଼ିଶା 365 (ବ୍ୟୁରୋ): ହଷ୍ଟେଲ ମିଳିନଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ବାରମ୍ବାର ଅଭିଯୋଗ ପରେ ବି ହଷ୍ଟେଲ ରୁମ ଆବଣ୍ଟନରେ ପାତର ଅନ୍ତର ହେଉଥିବାରୁ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଏହି ପାତର ଅନ୍ତର ନୀତିକୁ ବିରୋଧ କରି ପିଜି ଡିପାର୍ଟ ମେଣ୍ଟର ଦ୍ଵିତୀୟ ବର୍ଷର ଛାତ୍ର ପିଜି କାଉନସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି । ଛାତ୍ରଛାତ୍ରୀମାନେ ରାଲି କରି ଯାଇ ପିଜି କାଉନସିଲଙ୍କ ନିକଟରେ ନିଜର ଦାବି ରଖିଛନ୍ତି ।
ହଷ୍ଟେଲରେ ସିଙ୍ଗିଲ ରୁମ ମିଳୁନଥିବା ନେଇ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ଆଜି ଉତ୍ୟକ୍ତ ଛାତ୍ରଛାତ୍ରୀ ପିଜି କାଉନ୍ସିଲ ସମ୍ମୁଖରେ ଧାରଣାରେ ବସିବା ସହ ଏହି ଘଟଣାରେ ଭିସି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଘଟଣାର ସମାଧାନ ନହେଲେ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।