ଓଡ଼ିଶା 365 (ବ୍ୟୁରୋ): ଚମକିଲେ ଓଡିଆ ଆଥଲେଟ୍ ତଥା ଜାଭେଲିନ ଫିଙ୍ଗାଳି କିଶୋର ଜେନା ।ଏସୀୟ କ୍ରୀଡା ପୂର୍ବରୁ ଭାରତୀୟ ଆଥଲେଟଙ୍କ ପ୍ରାକ ପ୍ରସ୍ତୁତି ନେଇ ଚଣ୍ଡିଗଡରେ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ- ୫ ଅନୁଷ୍ଠିତ ହୋଇଛି । ଏଥିରେ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ବିଜେତା ହୋଇଛନ୍ତି ଓଡିଆ ପୁଅ କିଶୋର ଜେନା। ୮୨.୫୩ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦ୍ବିତୀୟ ଓ ତୃତୀୟ ରାଉଣ୍ଡରେ ୮୦.୭୪ ମିଟର, ୮୧.୫୬ ମିଟର ଜାଭେଲିନ ଫିଙ୍ଗିଥିଲେ । ଏହି ସଫଳତା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି କିଶୋର ।
ଏହି ଇଭେଣ୍ଟରେ ଦ୍ବିତୀୟ ସ୍ଥାନରେ ଉତ୍ତରପ୍ରଦେଶର ବିକାଶ ଯାଦବ ରହିଥିଲେ । ସେ ୭୨.୮୮ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି । ସେହିପରି ରାଜସ୍ଥାନର ହରିଶ କୁମାର ୭୧.୭୮ମିଟର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ହଙ୍ଗେରୀର ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୮୪.୭୭ ମିଟର ଜାଭେଲିନ୍ ଫିଙ୍ଗି କ୍ୟାରିଅରର ଶ୍ରେଷ୍ଠ ଦମଦାର ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଥିଲେ। ସ୍ବର୍ଣ୍ଣ ପଦକ ଜିତିନଥିଲେ ସୁଦ୍ଧା ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିଲେ କିଶୋର ।