ଓଡ଼ିଶା 365 (ବ୍ୟୁରୋ): ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲ ଆଗରେ ଧାରଣା ଦେଇଛନ୍ତି ସଫେଇ କର୍ମଚାରୀ। ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି ସହ ପ୍ରତିବାଦ କରିଛନ୍ତି ଏହି ସଫେଇ କର୍ମଚାରୀମାନେ । ବାରମ୍ବାର ଟେଣ୍ଡର ପରିବର୍ତ୍ତନ ସହ ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଏହା ସହ ସଫେଇ କର୍ମଚାରୀଙ୍କୁ ଇପିଏଫ୍,ଇଏସଟିରେ ପଞ୍ଜିକୃତ କରାଇବା, କର୍ମଚାରୀମାନଙ୍କୁ ବିନା ପ୍ରମାଣରେ କାମରୁ ନିବୃତ ନ କରାଇବା, ଦୁର୍ଗା ପୂଜାରେ ବୋନସ ଭଳି ବିଭିନ୍ନ ଦାବୀ ନେଇ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନୂଆ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିବା ବେଳେ ଏହାକୁ ବିରୋଧ କରି ସଫେଇ କର୍ମଚାରୀ ପ୍ରତିବାଦ କରିଛନ୍ତି ।
ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଆନ୍ଦୋଳନ କରିବା ଯୋଗୁଁ ଚିକିତ୍ସାରେ ବାଧା ଉପୁଜୁଛି । ତେଣୁ ଆମେ ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରୁଛୁ ଏବଂ ଯାହା ତାଙ୍କର ମୌଳିକ ଦାବି ଗୁଡିକ ରହିଛି , ସେ ସବୁକୁ ଆମେ ମାନିନେଇଛୁ । ମାତ୍ର ସେମାନେ ଲୋନ ଆକାରରେ ନୂତନ ଟେଣ୍ଡରଧାରୀ କମ୍ପାନୀକୁ ଟଙ୍କା ମାଗୁଛନ୍ତି । ଯେଉଁଟା କି ସମ୍ଭବପର ନୁହେଁ ।