ଓଡ଼ିଶା 365 (ବ୍ୟୁରୋ): ତାମିଲନାଡୁ ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଉଦୟନିଧି ଯାହା କହିଛନ୍ତି ତାହା ସାଂଘାତିକ ହୋଇଥିଲେ ମଧ୍ୟ ସେ ତାଙ୍କ ବକ୍ତବ୍ୟ ପାଇଁ ଭୁଲ ମାଗିନାହାଁନ୍ତି । ଦେଶରେ ବହୁ ସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ମନ୍ତବ୍ୟ ଦେଇ ଉଦୟନିଧି ଠିକ୍ କରିଛନ୍ତି ବୋଲି କହୁଛନ୍ତି । ଯାହାକୁ ନେଇ ଦେଶରେ ବିତର୍କ ଲାଗିରହିଛି । ଉଦୟନିଧି ସନାତନ ଧର୍ମ ବିରୋଧରେ କହିଛନ୍ତି । କିନ୍ତୁ ସେହି କଥା ଯଦି ଅନ୍ୟ ଧର୍ମ ବିଷୟରେ କୁହାଯାଇଥାନ୍ତା ଏବେ ଦେଶରେ ନିଆଁ ଜଳୁଥାନ୍ତା । କିନ୍ତୁ ସନାତନ ଧର୍ମକୁ ସବୁବେଳେ ଟାର୍ଗେଟ କରାଯାଉଛି କାହିଁକି ଏହି କଥା ଏବେ ସାଧୁସନ୍ଥମାନେ ପ୍ରଶ୍ନ ଉଠାଇଛନ୍ତି । ଜଣେ ରାଜନେତା ହିସାବରେ ସବୁ ଧର୍ମକୁ ସମ୍ମାନ ଦେବାକଥା । କିନ୍ତୁ ଉଦୟନିଧି ତାହା କରିନାହାଁନ୍ତି । ସେ ଜାଣିଶୁଣି ସନାତନ ଧର୍ମକୁ ଡେଙ୍ଗୁ କରୋନା ସହ ତୁଳନା କରୁଛନ୍ତି । ଅନ୍ୟ ଧର୍ମ ବିରୋଧରେ କିଛି କହିଲେ ଭାରତର ବିଚାରପତିମାନେ ନିଜଆଡୁ ତାହାକୁ ନିନ୍ଦା କରୁଥିବା ବେଳେ ଉଦୟନିଧିଙ୍କ କ୍ଷେତ୍ରରେ କିନ୍ତୁ ତାହା ଘଟୁନାହିଁ । ନୁପୁର ଶର୍ମାଙ୍କ କ୍ଷେତ୍ରରେ ନ୍ୟାୟାଳୟ ନିନ୍ଦା କରିଥିବା ବେଳେ ଉଦୟନିଧିଙ୍କ କ୍ଷେତ୍ରରେ କିନ୍ତୁ ସୁପ୍ରିମକୋର୍ଟ ଚୁପ ରହିଛନ୍ତି । ଭୋଟ ପାଇଁ ନେତାମାନେ ଧର୍ମକୁ ନେଇ ଅରୁଚିକର କଥା କହୁଛନ୍ତି । ହେଲେ ସେମାନଙ୍କୁ ଦଣ୍ଡ ମିଳିପାରୁନାହିଁ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ମତକୁ ନେଇ ଏବେ କିଛି ବିରୋଧର ସ୍ବର ଉଠିଛି । ତେବେ ଉଦୟନିଧି ଏହାକୁ ଖାତିର କରୁନାହାଁନ୍ତି। ସନାତନ ଧର୍ମ ବିରୋଧୀ ଟିପ୍ପଣୀକୁ ନେଇ ଦେଶରେ ବିବାଦ ଥମିନଥିବାବେଳେ, ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ପୂର୍ବରୁ ସନାତନ ଧର୍ମର ମୂଳତ୍ପୋତ୍ତନ ପାଇଁ କହିଥିବା ବେଳେ ଏଥର ବିଜେପିକୁ ବିଦା କରିବାକୁ ଆହ୍ବାନ ଦେଇଛନ୍ତି । ଉଦୟନିଧି ବିଜେପିକୁ ବିଷଧର ସାପ ସହ ତୁଳନା କରିଛନ୍ତି । ଏଥିସହ ରାଜ୍ୟରେ ବିଜେପିର ସହଯୋଗୀ ଦଳ ଏଆଇଏଡିଏମକେକୁ ସାପକୁ ଆଶ୍ରୟ ଦେଉଥିବା ଆବର୍ଜନା କହି କଟାକ୍ଷ କରିଛନ୍ତି । ନିଜର ମନ୍ତବ୍ୟରେ ଉଦୟନିଧି, ତାମିଲନାଡୁକୁ ଘର, ବିଜେପିକୁ ବିଷାକ୍ତ ସାପ ଓ ଆଇଏଡିଏମକେକୁ ବୁଦା ସହ ତୁଳନା କରିଛନ୍ତି । ବିଜେପିକୁ ବିଦା କରିବା ପାଇଁ ରାଜ୍ୟରୁ ଏଆଇଏଡିଏମକେକୁ ମଧ୍ୟ ତଡିବାକୁ ପଡିବ ବୋଲି ସେ କହିଛନ୍ତି । ଉଦୟନିଧିଙ୍କ ବୟାନ ସନାତନ ଧର୍ମର ମୂଳୋତ୍ପାତ୍ତନ ଜରୁରୀ ବକ୍ତବ୍ୟକୁ ଦୋହରାଇଛନ୍ତି ସାଉଥ୍ ଷ୍ଟାର ଅଭିନେତା ପ୍ରକାଶ ରାଜ୍,କହିଛନ୍ତି ସନାତନକୁ ‘ତନାତନ’ କହିବା ସହ ଏହାକୁ ଡେଙ୍ଗୁ ଜ୍ୱର ସହ ତୁଳନା କରିଛନ୍ତି । ଡେଙ୍ଗୁ ଜ୍ୱର ଭଳି ଏହି ଧର୍ମର ମଧ୍ୟ ମୂଳୋତ୍ପାତ୍ତନ କରାଯିବା ଜରୁରୀ ବୋଲି କହିଛନ୍ତି ପ୍ରକାଶ ରାଜ୍ ।
ତେବେ ବଡ଼ ପ୍ରଶ୍ନ ହେଉଛି ଆଇନ ସମସ୍ତଙ୍କ ପାଇଁ କାହିଁକି ସମାନ ନୁହେଁ । ଯେଉଁମାନେ ଏଭଳି ବୟାନ ଦେଉଛନ୍ତି ସେମାନଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଉ ନାହିଁ କାହିଁକି । ଉଦୟନିଧିଙ୍କ ଏଭଳି ବୟାନ ପାଇଁ ନ୍ୟାୟାଳୟ ତାଙ୍କୁ କେଉଁ ଦଣ୍ଡ ଦେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।