ଓଡ଼ିଶା 365 (ବ୍ୟୁରୋ): ପରଲୋକରେ ବରିଷ୍ଠ ଚିକିତ୍ସ୍ୟକ ରାଜ କିଶୋର ଦାସ। କଟକ ତୁଳସୀପୁର ସ୍ଥିତ ବାସଭବନରେ ଆଜି ସକାଳେ ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ। ରାଜ କିଶୋରଙ୍କ ପରଲୋକ ନେଇ ପୁଅ ଯଶୋବନ୍ତ ସୂଚନା ଦେଇଛନ୍ତି । ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି।
ଡାକ୍ତର ଦାସ ଜଣେ ସ୍ୱନାମଧନ୍ୟ ମେଡିସିନ ଚିକିତ୍ସକ ଭାବେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ତାଙ୍କ ଚିକିତ୍ସା ଉପରେ ଲୋକଙ୍କର ପ୍ରଗାଢ ବିଶ୍ୱାସ ଥିବା କୁହଯାଏ । କଟକ ଏସସିବି ମେଡିକାଲରେ ମେଡିସିନ ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶଶିକାନ୍ତ ଦାସ ତାଙ୍କର ଜ୍ବାଇଁ ଅଟନ୍ତି।