ଓଡ଼ିଶା 365 (ବ୍ୟୁରୋ) : ବଙ୍ଗୋପସାଗରୁ ଏକ ବଡ଼ ଖବର ଆସିଛି । ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ଭୂମିକମ୍ପ ସୃଷ୍ଠି ହୋଇଛି । ବିଳମ୍ବିତ ରାତିରେ ମଝି ସମୁଦ୍ରରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭାରତ ଓ ଶ୍ରୀଲଙ୍କା ଉପକୂଳରୁ କିଛି କିଲୋମିଟର ଦୂରରେ ଏହାର କେନ୍ଦ୍ର ରହିଛି। ଭୂମିକମ୍ପର ତୀବ୍ରତା ୪.୪ ରହିଥିବା ବେଳେ ଏହାର ପ୍ରଭାବ ୭୦ କିଲୋମିଟର ଗଭୀରତା ଏବଂ ୮୪.୧୨ କିମି ବିସ୍ତାରିତ ଅଞ୍ଚଳରେ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ଏନେଇ ଟୁଇଟ କରି ସୂଚନା ଦେଇଛି। ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ସ୍ପଷ୍ଟ ହୋଇ ପାରିନାହିଁ ।