ଓଡ଼ିଶା 365 (ବ୍ୟୁରୋ) : ଦିଲ୍ଲୀରେ ଆୟୋଜିତ ହୋଇଥିବା ଜି୨୦ ଶିଖର ସମ୍ମିଳନୀ ଗତକାଲି ଶେଷ ହୋଇଛି । ଏହାରି ଭିତରେ ଏକ ବଡ଼ ଖବର ଦେଖିବାକୁ ମିଳିଛି । ରବିବାର ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଲେ ତାଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ଫଳରେ ବିମାନ ଠିକ ହେବା ଯାଏଁ ତାଙ୍କୁ ଭାରତରେ ହିଁ ଅଟକିବାକୁ ପଡିବ । ଏହାପୂର୍ବରୁ ରବିବାର ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱପାକ୍ଷିକ ଆଲୋଚନା କରିଥିଲେ । ଏଥିରେ ସେ କାନାଡାରେ ଉଗ୍ରବାଦୀ ଓ ଖଲିସ୍ତାନୀ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଏହାପରେ ଏକ ପ୍ରେସମିଟରେ ଟ୍ରୁଡୋ କହିଥିଲେ ଯେ, ‘ଆମେ ସବୁବେଳେ ହିଂସା ରୋକିବା ତଥା ବିଦ୍ୱେଷ ମନୋଭାବକୁ ବିରୋଧ କରିବାକୁ ପ୍ରସ୍ତୁତ ।