ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ। ଏଥି ପାଇଁ ବିଶେଷକରି ଭୁବନେଶ୍ୱର ‘ପିକ୍ ପିରିୟଡ’ ଦେଇ ଗତିକରୁଛି। ଏହାକୁ ରୋକିବାକୁ ବିଏମସି ସମେତ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତଥାପି ଲୋକେ ଡେଙ୍ଗୁ କବଳରେ ଶିକାର ହେଉଛନ୍ତି । ଏହାରି ଭିତରେ ଡେଙ୍ଗୁ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଏବେ ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ତେବେ ପ୍ରଦୀପ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ସୁଧାର ଆସୁଛି।। ଯେତେ ଝଲଦି ଭଲହେବେ ସେତେ ଜଲଦି କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ ହେବେ ସେ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଏଲ୍ ଡି.ସାହୁ । ହ