ଓଡ଼ିଶା 365 (ବ୍ୟୁରୋ) : ଜମ୍ମୁ-କଶ୍ମୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଆତଙ୍କବାଦୀ ସଂଗଠନ କଲଶ୍କର-ଇ-ତୋଏବାର ତିନି ସହଯୋଗୀଙ୍କୁ ପୋଲିସ ଗିରଫ ରିଛି। ଏହା ସହ ଆତଙ୍କବାଦୀ ନିଯୁକ୍ତି ମାମଲାର ମଧ୍ୟ ପର୍ଦ୍ଦାଫାଶ କରିଛି ପୁଲିସ । ଗିରଫ ଆତଙ୍କବାଦୀଙ୍କ ଠାରୁ ବିପୁଳ ଅସ୍ତ୍ରସସ୍ତ୍ର ଏବଂ ଗୁଳି ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଆତଙ୍କବାଦୀ ମାନେ ସ୍ଥାନୀୟ ଲୋକଙ୍କୁ ଆତଙ୍କୀ ସଗଠନରେ ସାମିଲ କରୁଥିଲେ। ସେମାନେ ୪ ଜଣ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି ଦେବାକୁ ଯାଉଥିଲେ। ଏହାପୂର୍ବରୁ ପୋଲିସ ଗୁପ୍ତ ସୂଚନା ପାଇ ସେମାନଙ୍କୁ ଗିରଫ କରିଛି । ତେବେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ଗିରଫ ଆତଙ୍କବାଦୀଙ୍କୁ ପଚରା ଉଚୁରା ଜାରି ରଖିଛି ପୁଲିସ ।