ଓଡ଼ିଶା 365 (ବ୍ୟୁରୋ):ଅକ୍ଟୋବର ୫ରୁ ନଭେମ୍ବର ୧୯ଯାଏ ଭାରତରେ ଖେଳାଯିବ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ । ମୋଟ ୧୦ଟି ଦଳକୁ ନେଇ ୧୦ଟି ଭେନ୍ୟୁରେ ଖେଳାଯିବ ବିଶ୍ବକପ ମ୍ୟାଚ୍ । ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜଲାଣ୍ଡ । ଭାରତୀୟ ବଂଶୋଦ୍ଭବଙ୍କୁ ସ୍ଥାନ ମିଳିବା ସହ କିଛି ନୂଆ ଚେହେରାଙ୍କୁ ସାମିଲ କରାଯାଇଛି। କେନ୍ ଓ୍ୱିଲିୟନସନ୍ଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଟମ୍ ଲାଥନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି । ଟ୍ରେଣ୍ଟ ବୋଲ୍ଟ, ଡେଭିନ୍ କନଓ୍ୱେ, ଲକ ଫର୍ଗ୍ୟୁସନ୍, ମାଟ୍ ହେନେରୀ,ଡାର୍ଲି ମିଚେଲ, ଜିମି ନିଶାନ, ଗ୍ଲେନ୍ ଫିଲିକ୍ସ,ମିଚେଲ୍ ସଣ୍ଟନର, ଇସ୍ ସୋଢି, ଟିମ୍ ସାଉଦି, ଓ୍ୱିଲ୍ ୟଙ୍ଗ, ଭାରତୀୟ ବଂଶୋଦ୍ଭବ ରଚିନ ରବୀନ୍ଦ୍ର ଓ ହଂକଂ ପାଇଁ ଖେଳିଥିବା ମାର୍କ ଚମ୍ପରନଙ୍କୁ ୧୫ ଜଣିଆ ଟିମରେ ସାମିଲ କରାଯାଇଛି ।
ଅକ୍ଟୋବର ୫ରେ ବିଶ୍ବକପର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ ଓ ରନର୍ସଅପ୍ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । କେନ୍ ୱିଲିୟମସନଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ କିୱି ଦଳ । ଗତ ୨ଟି ବିଶ୍ୱକପରେ ନ୍ୟୁଜିଲାଣ୍ଡ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ବିଶ୍ୱକପ୍ ଜିତି ପାରିନାହିଁ ।