ଓଡ଼ିଶା 365 (ବ୍ୟୁରୋ): ଇତିହାସ ରଚିଛନ୍ତି ସର୍ବିଆ ଟେନିସ୍ ଖେଳାଳି ନୋବାକ୍ ଜୋକୋଭିକ। ୟୁଏସ୍ ଓପନ ଫାଇନାଲରେ ମେଡଭେଡେଭ୍ଙ୍କୁ ପରାସ୍ତ କରି ଜିତିଛନ୍ତି ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ, ଭାଙ୍ଗିଛନ୍ତି ସେରେନା ୱିଲିୟମ୍ସଙ୍କ ରେକର୍ଡ । ୟୁଏସ୍ ଓପନ୍ ୨୦୨୩ରେ ପୁରୁଷ ସିଙ୍ଗିଲ୍ସ ଟାଇଟଲ ଜିତିଛନ୍ତି ଜୋକୋଭିକ। ଏହା ତାଙ୍କର ୨୪ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ । ଏହି ବିଜୟ ସହ ଜୋକୋବିଚ୍ ଓପନ୍ ଏରାରେ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ଆଗଧାଡିର ଖେଳାଳି ହୋଇଛନ୍ତି । ସେ ମେଦଭେଦେବଙ୍କୁ ୬-୩, ୭-୬, ୬-୩ ପଏଣ୍ଟରେ ହରାଇଛନ୍ତି ।
ଏହି ଟାଇଟଲ ଜିତି ୩୬ ବର୍ଷୀୟ ଜୋକୋବିଚ୍ ଆମେରିକାର ସେରେନା ୱିଲିୟମ୍ସଙ୍କ ରେକର୍ଡକୁ ଭାଙ୍ଗିଛନ୍ତି, ଯିଏ ୨୩ଟି ଗ୍ରାଣ୍ଡସ୍ଲାମ ଜିତିଥିଲେ । ସେ ଚତୁର୍ଥ ୟୁଏସ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ପୂର୍ବରୁ ଜୋକୋଭିକ୍ ରାଫେଲ ନାଡାଲଙ୍କ ୨୨ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ରେକର୍ଡକୁ ଅତିକ୍ରମ କରିଥିଲେ । ଜୋକୋଭିକ୍ ୨୦୨୩ରେ ଚାରୋଟି ଗ୍ରାଣ୍ଡସ୍ଲାମ ଟାଇଟଲ ମଧ୍ୟରୁ ତିନୋଟି ଜିତିଛନ୍ତି । ସେ ଗ୍ରାଣ୍ଡସ୍ଲାମ ଫାଇନାଲରେ ଏପର୍ଯ୍ୟନ୍ତ ୩୬ ଥର ଖେଳି ୨୪ଟି ଟାଇଟଲ ଜିତିଛନ୍ତି ।