ଓଡ଼ିଶା 365 (ବ୍ୟୁରୋ): ମରକ୍କୋର ହୋଇଥିବା ଭୂକମ୍ପ ଘଟଣାରେ ମୃତ୍ୟୁ ସଂଖ୍ୟା ୨ ହଜାରକୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାରେ ଅନେକ ଲୋକ ଗୁରୁତର ଆହମ ମଧ୍ୟ ହୋଇଛନ୍ତି । ୧୨୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଏହା ସବୁଠାରୁ ବଡ଼ ଭୂକମ୍ପ ବୋଲି ଜଣାପଡ଼ିଛି । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ୭୨ କିଲୋମିଟର ପର୍ଯ୍ୟନ୍ତ ଭୂକମ୍ପ ହୋଇଥିଲା । ଭୂକମ୍ପର ତିବ୍ରତା ୬.୮ ଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋର ଦକ୍ଷିଣ-ପଶ୍ଚିମ ଭାଗରେ ଏହି ଭୂକମ୍ପ ହୋଇଛି । ଭୂକମ୍ପ ଏତେ ଭୟଙ୍କର ହୋଇଛି ଯେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଭୂକମ୍ପ ଯୋଗୁଁ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି । ଏହର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଂଚଳରେ ଆତଙ୍କ ଖେଳିଯାଇଛି । ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିଲା ବୋଲି ମରକ୍କୋ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ ରାତି ପ୍ରାୟ ୧୧ଟା ୧୧ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶଠାରୁ ୭୧ କିଲୋମିଟର ଦୂରରେ ୧୮.୫ କିଲୋମିଟର ଗଭୀରରେ ଥିଲା।