ଓଡ଼ିଶା 365 (ବ୍ୟୁରୋ): ବରଗଡରେ ନୂଆଁଖାଇ ଲାଗି କରାଯାଇଛି ଲଗ୍ନ ଧାର୍ଯ୍ୟ। ବରଗଡ଼ ଜିଲ୍ଲାରେ ନିଶାର୍ଦ୍ଧ ପରେ ଲାଗିବ ଗ୍ରାମ୍ୟ ଦେବୀ ମା’
ସମଲେଇଙ୍କ ପୀଠରେ ନବାନ୍ନ । ଆସନ୍ତା ୨୦ ତାରିଖ ବୁଧବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ଅମୃତ ବେଳାରେ
ଦିବା ୧୦.୪୨ ଗତେ ୧୨.୪୪ ବିଛା ଓ ଧନୁ ଲଗ୍ନ ମଧ୍ୟରେ ସର୍ବସାଧାରଣ ନିଜ ନିଜ ଇଷ୍ଟ ଦେବାବେବୀଙ୍କ
ଠାରେ ନବାନ୍ନ ଭୋଗ ଅର୍ପଣ ସହ ନବାନ୍ନ ଭକ୍ଷଣ ନେଇ ପଣ୍ଡିତ ମହାସଭା ଦ୍ୱାରା ଲଗ୍ନ ନିରୂପିତ
ହୋଇଛି । ତେବେ ଶନିବାର ସମଲେଶ୍ବରୀ ମନ୍ଦିର ସ୍ଥିତ ପ୍ରାଙ୍ଗଣରେ ବ୍ରାହ୍ମଣ ଓ ପଣ୍ଡିତ ଶିବ
ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଲଗ୍ନ ଧାର୍ଯ୍ୟ କାରାଯାଇଛି ।
ସେପଟେ ସେପ୍ଟେମ୍ବର ୭ତାରିଖରେ ନିର୍ଦ୍ଧାରଣ ହୋଇଥିଲା ପଶ୍ଚିମ
ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ
ପଞ୍ଚମୀ ତିଥିରେ ସକାଳ ୧୦.୨୭ରୁ ୧୦.୪୨ରେ ଲାଗି ହେବ ନବାନ୍ନ । ଲଗ୍ନ ନିର୍ଦ୍ଧାରଣ ହୋଇଛି ।
ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି କରାଯିବ ।
ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର
ପରିସରରେ ପଣ୍ଡିତ ମଣ୍ଡଳୀ ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ପ୍ରଥମେ ବିଦ୍ବାନ, ପଣ୍ଡିତ ପହଞ୍ଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ । ଏହାପରେ
ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି । ପଣ୍ଡିତ ମଣ୍ଡଳୀ
ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଛି । ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର
ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମା’ ସମଲେଶ୍ବରୀଙ୍କ ଠାରେ ଲଗ୍ନପତ୍ର ପ୍ରଦାନ
କରିବେ ।