ଓଡ଼ିଶା 365 (ବ୍ୟୁରୋ): ସଟରଡେର ପ୍ରତିଶୋଧ ସୁପର ସଣ୍ଡେରେ ପୁରା ହେବ । କଲମ୍ବୋରେ ଲଢେଇ ଜୋରଦାର ହେବ । ଏସିଆ କପ୍ ସୁପର-୪ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ମ୍ୟାଚ୍ ସମୟରେ ବର୍ଷା ହେଲେ ଏସିସି ପକ୍ଷରୁ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ରଖାଯାଇଛି ରିଜର୍ଭ ଡେ । ବର୍ଷା ଲାଗି ରବିବାର ମ୍ୟାଚ୍ ନହୋଇପାରିଲେ ସୋମବାର ସମାନ ଟିକେଟ ଦେଖାଇ ଷ୍ଟାଡିୟମରେ ମ୍ୟାଚ୍ ଦେଖିପାରିବେ ଦର୍ଶକ ।
ଲିଗ୍ ପର୍ଯ୍ୟାୟରେ ବର୍ଷା କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନର ବୋଲର ଭାରତୀୟ ବ୍ୟାଟରଙ୍କୁ ପାଣି ପିଆାଇଥିଲେ। ହେଲେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳି ଭାରତର ସମ୍ମାନ ବଜାୟ ରଖିଥିଲେ । ଭାରତ ବ୍ୟାଟିଂ କରିଥିଲେ ମଧ୍ୟ ବର୍ଷା କାରଣରୁ ପାକିସ୍ତାନକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା। ଯାହାକୁ ନେଇ ନିରାଶ ହୋଇଥିଲେ କ୍ରିକେଟ୍ ପ୍ରେମୀ । ୧୦ ତାରିଖରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଭାରତ ନିଜର ସୁପର-୪ ଅଭିଯାନ ଆରମ୍ଭ କରିବ । ଯଦି ପାକିସ୍ତାନ ଏହି ମ୍ୟାଚ୍ ଜିତେ ଫାଇନାଲ୍ ରାସ୍ତା ସହଜ ହେବ। ଆଉ ଭାରତ ମ୍ୟାଚ୍ ଜିତିଲେ ପାକିସ୍ତାନ ରାସ୍ତାରେ କଣ୍ଟାହେବ ।
ହାଇ ଭୋଲଟେଜ ମ୍ୟାଚରେ ବାବର-ବିରାଟ ଟକ୍କର ଦେଖିବାକୁ ମିଳିବ,ଭାରତର ବହ୍ମାଅସ୍ତ୍ର ବୁମରାଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ମ୍ୟାଚ ଜିତିବା ଲକ୍ଷ୍ୟରେ ରହିଛି ରୋହିତି ବାହିନୀ। ୧୨ ତାରିଖରେ ଶ୍ରୀଲଙ୍କା,୧୫ ତାରିଖରେ ବାଂଲାଦେଶ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ ରୋହିତ ବାହିନୀ । ସେପ୍ଟେମ୍ବର ୧୭ ତାରିଖରେ ଏସିଆ କପର ଫାଇନାଲ ମୁକାବିଲା ଖେଳାଯିବ । ସୁପର-୪ ପର୍ଯ୍ୟାୟର ଶ୍ରେଷ୍ଠ ୨ଟି ଟିମ୍ ଖେଳିବେ ଫାଇନାଲ ।