ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ଏବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ଅନ୍ଧାରରେ କିପରି ଦେଖାଯାଉଛି, ତାହାର ଏକ ଝଲକ ଦେଖିବାକୁ ମିଳିଛି। ଚନ୍ଦ୍ରଯାନ-୨ର ଅର୍ବିଟର ଏହାର ଫଟୋ ପଠାଇଛି । ଅର୍ବିଟରରେ ସ୍ଥାପିତ ସ୍ୱତନ୍ତ୍ର କ୍ୟାମେରା ରାତିର ଅନ୍ଧକାରରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର କିପରି ଦିଶୁଛି, ତାହାର ଏକ ଫଟୋ ଉଠାଇଥିଲା। ଏବେ ଇସ୍ରୋ ଅର୍ବିଟର ପଠାଇଥିବା ଏହି ଫଟୋକୁ ଟ୍ବିଟ କରିଛି। ଚନ୍ଦ୍ରପୃଷ୍ଠରେ ବର୍ତ୍ତମାନ ରାତି ହୋଇଛି । ଫଳରେ ବିକ୍ରମ ସ୍ଲିପ୍ ମୋଡରେ ଅଛି । ପ୍ରଜ୍ଞାନ ରୋଭର ଓ ବିକ୍ରମ ଲ୍ୟାଣ୍ଡର ନିଜର ମିଶନ ସମାପ୍ତ କରି ଅନେକ ତଥ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ପଠାଇଛନ୍ତି। ଭାରତର ମିଶନ ଚନ୍ଦ୍ରାୟାନ ୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ରେକର୍ଡ ସୃଷ୍ଟି କରିଛି ଭାରତ ।