ଓଡ଼ିଶା 365 (ବ୍ୟୁରୋ): ଟମାଟୋ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କେହି କେହି ଟମାଟୋ ନଖାଇଲେ ମଧ୍ୟ ଟମାଟୋରୁ ତିଆରି ସସ୍ ଖାଇବାକୁ ଛୋଟ ଠାରୁ ବୟସ୍କ ସମସ୍ତେ ଭଲପାଇଥାନ୍ତି । ଟମାଟୋ ସ୍ୱାସ୍ଥ ପାଇଁ ଜେତିକି ଜରୁରୀ, ତ୍ୱଚା ପାଇଁ ମଧ୍ୟ ସେତିକି ଜରୁରୀ । ଟମାଟୋ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏବଂ ଆପଣଙ୍କ ତ୍ୱଚା ମଧ୍ୟ ଉଜ୍ଜଳ ଦିଶିଥାଏ । ଆପଣ ଦେଶି ଟମାଟୋ ଖାଇଥିବେ ହେଲେ କେବେ ଚେରି ଟମାଟୋ ଖାଇଛନ୍ତି । ଏହା ଦେଖିବାକୁ ଆକାରରେ ଛୋଟ ହେଲେ ମଧ୍ୟ ବଡ ଟମାଟୋ ଅପେକ୍ଷା ଏଥିରେ ଅଧିକ ପୋଷକ ତତ୍ତ୍ୱ ଭରି ରହିଛି । ଏହା ବଡ଼ ଟମାଟୋ ଅପେକ୍ଷା ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ ମଧ୍ୟ ହୋଇଥାଏ । ଲାଲ୍, ଚମକିଲା ଆକାରର ଏହି ଚେରି ଟମାଟୋ କେବଳ ମଧ୍ୟ ଭୋଜନରେ ଭୋକରୁ ରକ୍ଷା ପାଇଁ ଏକ ସ୍ୱାଦିଷ୍ଟ ଜଳଖିଆ ନୁହେଁ ବରଂ କିଛି କ୍ୟାନ୍ସର, ହାର୍ଟ ଆଟାକ୍, ଶରୀରର କ୍ଷତରୁ ବଞ୍ଚାଇବା ପାଇଁ ପ୍ରଭାବଶାଳୀ ହୋଇଥାଏ ।
ଏହାସହ ଏହି ଟମାଟୋକୁ ଆପଣ ପିଜ୍ଜା କିମ୍ବା ପାସ୍ତାରେ ମଧ୍ୟ ବ୍ୟବହାର କରିପାରିବେ । ଆପଣ ନିଜ ଖାଦ୍ୟରେ ସୁଷମ ଖାଦ୍ୟ ଯୋଡିବା ପାଇଁ ଚାହୁଁଥିଲେ ଚେରି ଟମାଟୋର ବ୍ୟବହାର କରିପାରିବେ । ଏହା କେବଳ ସ୍ୱାଦିଷ୍ଟ ହୋଇନଥାଏ ବରଂ ଏଥିରେ ଅନେକ ମହତ୍ତ୍ୱପୂର୍ଣ୍ଣ ତତ୍ତୂ ଭରପୂର ହୋଇରହିଥାଏ । ଏଥିରେ ଥିବା ଭିଟାମିନ୍, ପୋଟାସିୟମ୍ ପରି ଖଣିଜ ଓ ଲାଇକୋପିନ୍ ଭଳି ଆଂଟିଅକ୍ସିଣ୍ଟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ । ତେଣୁ କ୍ୟାନ୍ସର ରୋଗୀ ପ୍ରଚୁର ମାତ୍ରାରେ ଚେରି ଟମାଟୋ ଖାଇବା ଉଚିତ୍ ।