ଓଡ଼ିଶା 365 (ବ୍ୟୁରୋ) : ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍ ପାର୍ଟି’ର ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ସିଆଇଡି’ ଦୁର୍ନୀତି ମାମଲାରେ ଗିରଫ କରିଛି । ସୂଚନା ଅନୁସାରେ, ଶୁକ୍ରବାର ‘କ୍ରିମିନାଲ୍ ଇନ୍ଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ୍’ (ସିଆଇଡି) ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପର୍ୱାନା ପଠାଇଥିଲା । ତାଙ୍କୁ ୩ ହଜାର ୩ ଶହ କୋଟି ଟଙ୍କା ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି । ଜନସାଧାରଣଙ୍କ ଅର୍ଥ ‘ଲୁଟ୍’ କରିଛନ୍ତି ବୋଲି ଦୋଷାରୋପ କରି ଆନ୍ଧ୍ରପ୍ରଦେଶର ସାମାଜିକ ଜନକଲ୍ୟାଣ ମନ୍ତ୍ରୀ ମେରୁଗା ନାଗାର୍ଜୁନ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରି ଦାବି କରିଥିଲେ। ଏହା ଜାମିନ ନ ମିଳିବା ପରି ଅପରାଧ ହୋଇଥିବାରୁ ତାଙ୍କୁ ଜାମିନରେ ଛଡ଼ାଯାଇ ପାରିବ ନାହିଁ ବୋଲି ନୋଟିସ୍ରେ ଉଲ୍ଲେଖ ଅଛି। ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ‘ଡିଆଇଜି’ ରଘୁରାମି ରେଡ୍ଡୀଙ୍କ ନେତୃତ୍ବରେ ବହୁସଂଖ୍ୟକ ପୁଲିସ ଓ ‘ସିଆଇଡି’ ‘ଆର୍. ନାଇଡୁଙ୍କ କ୍ୟାମ୍ପ୍ରେ ଚଢ଼ଉ କରିଥିଲେ। ନାଇଡୁଙ୍କୁ ପହରା ଦେଉଥିବା ‘ଏସ୍ପିଜି’ ଫୋର୍ସ ମଧ୍ୟ ପୁଲିସକୁ ନାଇଡୁଙ୍କ ପାଖକୁ ଛାଡ଼ି ନ ଥିଲେ। ୫.୩୦ ପୂର୍ବରୁ ସେମାନେ କାହାକୁ ନାଇଡୁଙ୍କ ନିକଟକୁ ଛାଡ଼ିବେ ନାହିଁ ବୋଲି କହିଥିଲେ ସୁରକ୍ଷା କର୍ମୀ । ପରେ ସକାଳ ପ୍ରାୟ ୬ଟା ବେଳେ ପୁଲିସ ନାଇଡୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ଥିବାରୁ ‘ସିଆଇଡି’ ବାବୁଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନେଇଛି ।