ଓଡ଼ିଶା 365 (ବ୍ୟୁରୋ): ରାଜ୍ୟ ସାରା କାୟା ମେଲାଇଛି ଜାଲ୍ ସାର୍ଟିଫିକେଟର ଚେର। ପ୍ରତ୍ୟେକ ମାସରେ କୋଉଠି ନା କୋଉଛି ଜାଲ ସାର୍ଟିଫିକେଟଧାରି ଚାକିରିଆ ଧରାପଡ଼ୁଛନ୍ତି । ଏହି କ୍ରମରେ ଆଜି ଜାଲ୍ ସାର୍ଟିଫିକେଟରେ ଚାକିରି କରି ଫସିଛନ୍ତି ନକଲି ଶିକ୍ଷୟିତ୍ରୀ । ଏନେଇ ପାଟପୁର ପୋଲିସ ମାମଲା ରୁଜୁ କରିବା ପରେ ନକଲି ମାଷ୍ଟରାଣୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ଫେରାର ଶିକ୍ଷୟିତ୍ରୀଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେଇଥିଲା । ଏତଲା ଦେବା ପରେ ଶିକ୍ଷୟିତ୍ରୀ ଫେରାର ହୋଇଯାଇଛନ୍ତି ବୋଲି ଜଣାପଡ଼ିଛି । ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲାପାଳ ଚାକିରିରୁ ବହିଷ୍କୃତ କରିଛନ୍ତି ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠର ଶିକ୍ଷୟିତ୍ରୀ ହେଉଛନ୍ତି ମନ୍ଦାକିନୀ ନାହାକ । ଯୁକ୍ତ ଦୁଇ ସାର୍ଟିଫିକେଟ୍ ମାର୍କସିଟ୍ ନକଲି ବୋଲି କଟକ ବୋର୍ଡ ଦର୍ଶାଇଛି । ୨୦୧୨ ମସିହା ଠାରୁ ଚାକିରି କରୁଥିବା ମନ୍ଦାକିନୀ ୨୦୧୧ରେ ଯୁକ୍ତ ଦୁଇ ସାର୍ଟିଫିକେଟ୍ ଦେଇଥିଲେ । ରେଗୁଲାର ନିମନ୍ତେ OTET ପରୀକ୍ଷା ଦେବା ସହ ରେଗୁଲାର ନିମନ୍ତେ ଆବେଦନ କରିଥିବା ବେଳେ ଯୁକ୍ତ ଦୁଇ ସାର୍ଟିଫିକେଟ୍ ନକଲି ବୋଲି ଜଣାପଡ଼ିଛି।