ଓଡ଼ିଶା 365 (ବ୍ୟୁରୋ) : ଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ୨ଦିନିଆ ଜି-୨୦ ମହାକୁମ୍ଭ । ସାରା ବିଶ୍ୱର ନେତା ଜି-୨୦ ସମ୍ମିଳନୀରେ ସାମିଲ ହୋଇଛନ୍ତି । ସାରା ବିଶ୍ବ ଦେଖୁଛି ଭାରତର ଦମ୍ । କାର୍ଯ୍ୟକ୍ରମକୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକବିଂଶ ଶତାବ୍ଦି ବିଶ୍ବକୁ ଦେଖାଇବ ନୂଆ ରାସ୍ତା । ବିଶ୍ବ ହେଉଛି ଗୋଟିଏ ପରିବାର । ସମସ୍ତଙ୍କର ମଙ୍ଗଳରେ ବିଶ୍ବର ମଙ୍ଗଳ ହେବ । ସବକା ସାଥ୍ ସବକା ବିକାଶର ମନ୍ତ୍ର ଦେଇ ବୈଠକ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ସମସ୍ତଙ୍କ ସହ ମିଶି ଚାଲିବାର ସମୟ । ବିଶ୍ୱରେ ବିଶ୍ୱାସର ସଙ୍କଟ ସୃଷ୍ଟି ହୋଇଛି । ସେପଟେ ଭାରତର ଚନ୍ଦ୍ର ମିଶନ୍,ଜି-୨୦ ଓ ବିଶ୍ବକପ ୨୦୨୩ ଆୟେଜନ ଭାରତ ଲାଗି ଏହି ବର୍ଷ ସଫଳତମ ବର୍ଷ ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ। ଜି-୨୦ର ପ୍ରଥମ ଅଧିବେଶନରେ ୱାନ୍ ଆର୍ଥ ଉପରେ ଚାଲିଛି ଆଲୋଚନା । ଭାରତ ଉପରେ ରହିଛି ସାରା ବିଶ୍ବର ନଜର। ସେପଟେ ଭାରତ ମଣ୍ଡପମ ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ । ଏହାରି ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରିବା ସହ କୋଣାର୍କ ଚକ୍ରର ଐତିହ୍ୟ ବିଷୟରେ ବୁଝାଉଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।