ଓଡ଼ିଶା 365 (ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଟଙ୍ଗାବିଲା ନିକଟରେ ମର୍ମନ୍ତୁଦଃ ସଡ଼କ ଦୁର୍ଘଟଣା। ଟ୍ରଲରକୁ ପଛପଟୁ ଅନ୍ୟ ଏକ ଟ୍ରଲର ଧକ୍କା ଦେବାରୁ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆହତ ଟ୍ରଲର ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଅନୁଯାୟୀ, ଆଜି ସକାଳେ ଦୁଇଟି ଟ୍ରଲର କେନ୍ଦୁଝରରୁ ଯଶିପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଟଙ୍ଗାବିଲା ନିକଟରେ ଏକ ଟ୍ରଲର ଅନ୍ୟ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଜଣେ ଟ୍ରଲରର ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ତାଙ୍କର ଦୁଇଟି ଗୋଡ଼ କଟି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରି ତଦନ୍ତ କରୁଛି।