ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ବେବୋ କରୀନା କପୁର ଖାନ୍ । ରିଲ୍ ଲାଇଫ ଏବଂ ରିୟଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିଜର ସୁନ୍ଦର ଅଭିନୟ ସହ ଷ୍ଟାଇଲିସ୍ ଲୁକ୍ ପାଇଁ ସମସ୍ତଙ୍କ ହୃଦୟରେ ଘର କରିଛନ୍ତି ବଲିଉଡ କ୍ୟୁଇନ୍ କରୀନା କପୁର । କରୀନା ତାଙ୍କ ସ୍ୱାମୀ ସୈଫ ଅଲି ଖାନଙ୍କ ପ୍ରାୟ ସମୟ ଛୁଟିରେ ସମୟ ବିତାନ୍ତି । କରୀନା ଏବଂ ସୈଫଙ୍କ ଯୋଡି ଉପରେ ପ୍ରଶଂସକମାନେ ବହୁତ ପ୍ରେମ କରୁଥିବାର ଦେଖିବାକୁ ମିଳିଥାଏ। ଉଭୟ କଳାକାର ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି।
ହେଲେ ବର୍ତ୍ତମାନ ଫ୍ୟାନ୍ସମାନଙ୍କୁ ଖୁସି କରୀନା ଖୁସି ଖବର ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ତାଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା କରାଯାଉଛି। ନିକଟରେ ବଲିଉଡ ଅଭିନେତ୍ରୀ କରୀନା କପୁର ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଥିରେ ସେ କଳା ରଙ୍ଗର ପୋଷାକ ପିନ୍ଧିଥିଲେ। କରୀନା କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। କିନ୍ତୁ ଏହି ଭିଡିଓ ଭାଇରାଲ ହେବା ମାତ୍ରେ କରୀନା କପୁରଙ୍କ ଗର୍ଭଧାରଣ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଥିଲା । ଅନେକ ୟୁଜର୍ସ ଦାବି କରୀନା କପୁର ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ହେଲେ ଆଉ କିଛି କହୁଛନ୍ତି କି ତାଙ୍କ ଓଜନ ବୃଦ୍ଧି ଯୋଗୁଁ ଏଭଳି ଦେଖାଯାଉଛନ୍ତି। ଅନ୍ୟ କେହି ତାଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରୁଛନ୍ତି । ହେଲେ ଏନେଇ କୌଣସି ପ୍ରତିକିୟା ରଖିନାହାନ୍ତି କରୀନା କପୁର ।