ଓଡ଼ିଶା 365 (ବ୍ୟୁରୋ): ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଗତ କିଛିଦିନ ଧରି ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ଆଜି ବିଜେଡି ରାଜନୀତିକୁ ନେଇଜୋରଦାର ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହା ସହ ସେ ସୌମ୍ୟଙ୍କୁ ସମର୍ଥନ ଦେଇଛନ୍ତି। ବିଜେଡିର ଗଭର୍ଣ୍ଣାନ୍ସ ମଡେଲକୁ କାଉଣ୍ଟର କରି ସେ କହିଛନ୍ତି ଯେ ବଡ଼ ବଡ଼ ସାମ୍ବିଧାନିକ ପଦରେ ରହିକି ବିଜେଡି ବିଧାୟକ ଓ ସାଂସଦମାନଙ୍କର ଆତ୍ମସମ୍ମାନ ହିଁ ରହିଲା ନାହିଁ । ସୌମ୍ୟଙ୍କ ମନ୍ତବ୍ୟକୁ ନେଇ ଅପରାଜିତା କହିଛନ୍ତି ବିଜେଡି ବହୁତ ଶୋଚନୀୟ ଅବସ୍ଥାରେ ଅଛି, ବିଜୁ ଜନତା ଦଳ ଯଦି ତାଙ୍କ କଥା ଶୁଣି ଥାଆନ୍ତା, ତାଙ୍କୁ ଅନୁକରଣ କରିଥାନ୍ତା, ସବୁ ଲୋକମାନେ ଓଡିଶାର ଯେଉଁ ଗଭର୍ଣ୍ଣାନ୍ସ ମଡେଲ ଚାଲିଛି ତାହାକୁ ଦେଖି ହସୁଛନ୍ତି ତାହା ହୋଇ ନ ଥାନ୍ତା। ଆଗେ ଆତ୍ମସମ୍ମାନ ସହିତ କାମ କରିବା ପାଇଁ ସେ ସୌମ୍ୟଙ୍କୁ ବଧେଇ ଦେଉଛି ।
ସେ ଆହୁରି ବି କହିଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ ୨୩ ବର୍ଷ ହେଲା କାହା ଉପରେ ବିଶ୍ୱାସ କରିନାହାନ୍ତି, ଏହା ଆଶ୍ଚର୍ଯ୍ୟର କଥା । ଜଣେ ନିମ୍ନ ପଦସ୍ତ ସରକାରୀ କର୍ମଚାରୀ ଉପରେ ବିଶ୍ୱାସ କରିବେ, କାହିଁକି ସମସ୍ତେ ଅଭିଜ୍ଞ ଅଛନ୍ତି, ସମସ୍ତେ କାମ କରି ଆସିଛନ୍ତି। ସମସ୍ତେ ସମ୍ମାନର ଯୋଗ୍ୟ | ମୁଁ ତ ନିବେଦନ କରିବି ବିଜେଡି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଗଣଙ୍କୁ ଟିକେ ଆତ୍ମସମ୍ମାନ ରଖନ୍ତୁ ଏବଂ ଯିଏ ଠିକ କହୁଛି ତା ସହିତ ଠିଆ ହୁଅନ୍ତୁ | ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ଅଭିଜ୍ଞ ଲୋକ | ବିଜେଡି ବିଧାୟକମାନଙ୍କ ଭିତରେ ଟଣାଓଟରା ଚାଲିଛି, ତାହା ତାଙ୍କର ଦଳୀୟ କଥା । ଜଣେ ନାଗରିକ ଭାବରେ ସୌମ୍ୟବାବୁ ଭଳି ଜଣେ ଲୋକ ସାହସ କରି ସତ କଥାକୁ ସାମ୍ନାକୁ ଆଣୁଛନ୍ତି ତେବେ ବିଜେଡି ବିଧାୟକ ଏହାକୁ ଗ୍ରହଣ କରିବା କଥା, ତାଙ୍କ ପାଇଁ କୁହାଯାଉଛି । କେଉଁ ପ୍ରକାରର ଦଳ ଯେଉଁଠି ଆତ୍ମସମ୍ମାନ ନାହିଁ । ସାଂସଦ, ବିଧାୟକ କିମ୍ବା ବିଜେଡି କର୍ମୀ ଅଛନ୍ତି ସେମାନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଅଛି ସେମାନଙ୍କ ପ୍ରତି କୌଣସି କାଟୁତା ନାହିଁ କିନ୍ତୁ ଆତ୍ମସମ୍ମାନ ଏବଂ ନିଜ ମର୍ଯ୍ୟାଦା ଆଖି ଆଗରେ ରଖି କାମ କରିବା । ସୌମ୍ୟ ବାବୁଙ୍କ ପାଖରେ ସାହସ ଅଛି । ସେ ସେ ସତକୁ ସାମ୍ନାରେ କରୁଛନ୍ତି।