ଓଡ଼ିଶା 365 (ବ୍ୟୁରୋ) : ଆନୁଷ୍ଠାନିକ ଭାବେ ‘ଜି୨୦’ର ସମ୍ମଳନୀ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମୋରକୋରେ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍ ପରବର୍ତ୍ତୀ ସମୟରେ ବିଶ୍ବରେ ବିଶ୍ବାସର ଅଭାବ ପରିଲକ୍ଷିତ ହେଉଛି। ଏବଂ ଯୁଦ୍ଧ ଋଷ ୟୁକ୍ରେନ୍ ଏହାକୁ ଆହୁରି ସୁଦୃଢ଼ କରିଛି। ମୋଦି କହିଛନ୍ତି, ଯଦି ଆମେ କୋଭିଡ୍କୁ ପରାସ୍ତ କରିପାରିଲେ ତେବେ, ଯୁଦ୍ଧଜନିତ ବିଶ୍ବାସର ଅଭାବକୁ ବି ବିଶ୍ବାସର ସୁସମ୍ପର୍କରେ ପରିଣତ କରିପାରିବା । ତେଣୁ, ବିଶ୍ବ କଲ୍ୟାଣ ନିମନ୍ତେ ଆମକୁ ଏକମନ ହୋଇ ଅଗ୍ରସର ହେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଲେ ଯେ, ଆଜି ଯୁଗ ଯୁଗର ସମସ୍ୟା ସବୁ ସମାଧାନ ଖୋଜୁଥିବା ବେଳେ ମାନବ-କେନ୍ଦ୍ରିକ ଆଭିମୁଖ୍ୟ ନେଇ ଆମେ ଆମର ଦାୟିତ୍ବ ପାଳନ କରିବା ଆବଶ୍ୟକ। ଏଥିପାଇଁ ‘ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ବାସ, ସବ୍କା ପ୍ରୟାସ୍’ ବିଶ୍ବକୁ ଦିଗ୍ଦର୍ଶନ ଦେଇ ପାରିବ ।