ଓଡ଼ିଶା 365 (ବ୍ୟୁରୋ) : ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ,ଭାରତର ସବୁଠୁ ବଡ଼ ଇଣ୍ଡୋର ହଲ୍ ଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି । ଏକାଠି ହୋଇ ଜି-୨୦ ଶିଖର ସମ୍ମିଳନୀରେ ଆଲୋଚନା କରୁଛନ୍ତି । ବର୍ତ୍ତମାନ ଭାରତ ମଣ୍ଡପମ୍ ଉପରେ ରହିଛି ସାରା ବିଶ୍ୱର ନଜର ରହିଛି । ବିଶ୍ୱ ଦେଖୁଛି ଭାରତର ନେତୃତ୍ୱ । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେଉଥିବାବେଳେ ବସୁଧୈବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ ହେଉଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ୧୯ ଟି ଦେଶର ନେତା ବୈଠକରେ ଉପସ୍ଥିତ ଅଛନ୍ତି । ପ୍ରଧାମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିଶ୍ବରେ ଭାରତର ଦବଦବା ବଢିବା ସହ ବିଶ୍ବଗୁରୁ ହେବାକୁ ଯାଉଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି କହିଛନ୍ତି, ଏକ ଫଳପ୍ରଦ ସମ୍ମିଳନୀ ହେବ ବୋଲି ମୋର ଆଶା ,ମାନବ କୈନ୍ଦ୍ରିକ ଏବଂ ସମାବେଶୀ ବିକାଶ ଦିଗରେ ଜି-୨୦ ସମ୍ମିଳନୀ ବିଶ୍ବକୁ ଏକ ନୂଆ ଦିଗ ଦେଖାଇବ। ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଏକବିଂଶ ଶତାବ୍ଦୀ ବିଶ୍ୱକୁ ନୂଆ ଦିଗ ଦେବ । ବର୍ତ୍ତମାନ ସମସ୍ତଙ୍କ ସହ ମିଶି ଚାଲିବାର ସମୟ । ବିଶ୍ୱରେ ବିଶ୍ୱାସର ସଙ୍କଟ ସୃଷ୍ଟି ହୋଇଛି । ଜି-୨୦ରେ ଆଫ୍ରିୟୀକ ସଂଘ ସ୍ଥାୟୀ ସଂସଦ୍ୟ ହେବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେପଟେ ଭାରତର ଚନ୍ଦ୍ର ମିଶନ୍,ଜି-୨୦ ଓ ବିଶ୍ବକପ ୨୦୨୩ ଆୟେଜନ ଭାରତ ଲାଗି ଏହି ବର୍ଷ ସଫଳମ ବର୍ଷ ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ। ଜି-୨୦ର ପ୍ରଥମ ଅଧିବେଶନରେ ୱାନ୍ ଆର୍ଥ ଉପରେ ଚାଲିଛି ଆଲୋଚନା । ଭାରତ ଉପରେ ରହିଛି ସାରା ବିଶ୍ବର ନଜର ।