ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଆଇଏଏସ୍ ଟିନା ଡାବି । ଖୁବଶୀଘ୍ର ଟିନାଙ୍କ ଘରକୁ ନୂଆ ଅତିଥୀ ଆସିବାକୁ ଯାଉଛି । ଅର୍ଥାତ୍ IAS ଟିନା ଡାବି ମା’ ହେବାକୁ ଯାଉଛନ୍ତି । ତାଙ୍କ ବେବି ସାୱାରର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ନିକଟରେ କିଛି ସମୟ ପୂର୍ବରୁ ଜୈସଲମର୍ କଲେକ୍ଟର ଏବଂ ଆଇଏଏସ୍ ଟିନା ଡାବି ଗର୍ଭବତୀ ଥିବା ଖବର ଆସିଥିଲା । ବର୍ତ୍ତମାନ ତାଙ୍କ ବେବି ସାୱାରର ଫଟୋ ଦେଖିବାକୁ ମିଳିଛି । ଏହି ଫଟୋରେ ସେ ତାଙ୍କ ସ୍ୱାମୀଙ୍କ ସହ କେକ୍ କାଟି ବହୁତ ଖୁସି ଥିବା ଦେଖିବାକୁ ମିଳୁଛି । ଖବର ଅନୁଯାୟୀ, କିଛି ଦିନ ପୂର୍ବରୁ ଟିନା ଡାବି ସରକାରଙ୍କୁ ଏକ ପତ୍ର ଲେଖି ମାତୃତ୍ୱ ଛୁଟି ମାଗିଥିଲେ। ଏହା ପରେ ହିଁ ତାଙ୍କ ଗର୍ଭଧାରଣ ବିଷୟରେ ସୂଚନା ମିଳିଥିଲା । ଟିନା ଡାବି ୨୦ ଏପ୍ରିଲ ୨୦୨୨ରେ ଆଇଏଏସ୍ ଅଧିକାରୀ ଡକ୍ଟର ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ। ଏହା ହେଉଛି ତାଙ୍କର ଦ୍ୱିତୀୟ ବିବାହ।
ତାଙ୍କ ପ୍ରଥମ ବିବାହ ମଧ୍ୟ ବହୁତ ଚର୍ଚ୍ଚିତ ଥିଲା । ଥିଲା । ୨୦୧୫ UPSC ପରୀକ୍ଷାରେ ଅତହର ଆମୀର ଦ୍ୱିତୀୟ ରାଙ୍କ ହାସଲ କରିଥିଲେ । ଯେତେବେଳେ ଟିନା ଡାବି ପ୍ରଥମ ରାଙ୍କ ପାଇଥିଲେ । ଟ୍ରେନିଂ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ୨୦୧୮ ମସିହାରେ ଦୁହେଁ ବିବାହ କରିଥିଲେ। ହେଲେ ଏହି ସମ୍ପର୍କ ଅଧିକ ସମୟ ତିଷ୍ଠି ପାରିନଥିଲା । ସୂଚନା ଅନୁଯାୟୀ, ଅଗଷ୍ଟ ୨୦୨୧ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା ।